ରାଷ୍ଟ୍ରପତି ରେସ୍ ! ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷଦିନରେ ନାମାଙ୍କନ ଭରିବେ ୟୁପିଏ ପ୍ରାର୍ଥୀ ମୀରା କୁମାର

39

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷଦିନରେ ଆଜି ନାମାଙ୍କନ ଭରିବେ ୟୁପିଏ ପ୍ରାର୍ଥୀ ମୀରା କୁମାର । ଆଜି ପ୍ରାର୍ଥୀପତ୍ର ଦାଖଲ ବେଳେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି, ଏନସିପି ମୁଖ୍ୟ ଶରତ ପାୱାର ଓ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ସମେତ ବିରୋଧୀ ଦଳର ଅନ୍ୟ ନେତା ଉପସ୍ଥିତ ରହିବେ । ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ବିରୋଧରେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ହୋଇଛନ୍ତି ମୀରା କୁମାର । ମୀରା କୁମାରଙ୍କୁ କଂଗ୍ରେସ ସମେତ ୧୭ ବିରୋଧୀ ଦଳ ସମର୍ଥନ କରୁଛନ୍ତି ।