ହ୍ୱାଇଟ୍ ହାଉସରେ ମୋଦିଙ୍କୁ ଜୋରଦାର ସ୍ୱାଗତ ! ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେଲେ ଟ୍ରମ୍ପ ଦମ୍ପତି

33

କନକ ବ୍ୟୁରୋ : ହ୍ୱାଇଟ୍ ହାଉସରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର ସ୍ୱାଗତ କରିଥିଲେ ଟ୍ରମ୍ପ । ମୋଦିଙ୍କୁ ହ୍ୱାଇଟ୍ ହାଉସ ଭିତରକୁ ପାଛୋଟି ନେଇଥିଲେ ନିଜେ ଟ୍ରମ୍ପ ଓ ପତ୍ନୀ ମେଲାନିଆ । ହ୍ୱାଇଟ୍ ହାଉସ୍ ଭିତରକୁ ଯିବା ପରେ ମୋଦି ଓ ଟ୍ରମ୍ପ ପ୍ରାୟ ୨୦ ମିନିଟ୍ ଧରି କଥାବାର୍ତ୍ତା ହୋଇଥିଲେ । ଏହି ସମୟରେ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ମଧ୍ୟ ନିକଟରେ ଉପସ୍ଥିତ ରହିଥିଲେ ।

ହ୍ୱାଇଟ୍ ହାଉସରେ ମୁହାଁ ମୁହିଁ କଥାବାର୍ତ୍ତା ହୋଇଥିଲେ ବିଶ୍ୱର ଦୁଇ ଶକ୍ତିଶାଳୀ ନେତା ମୋଦି ଓ ଟ୍ରମ୍ପ । ଏହା ସହ ଟ୍ରମ୍ପଙ୍କୁ ସପରିବାର ଭାରତ ଆସିବାକୁ ନିମନ୍ତ୍ରଣ କରିବାକୁ ଭୁଲି ନାହାନ୍ତି ମୋଦି । ହ୍ୱାଇଟ୍ ହାଉସକୁ ଯିବା ପୂର୍ବରୁ ୟୁଏସ୍ ସେକ୍ରେଟାରୀ ଅଫ୍ ଷ୍ଟେଟ୍, ରେକ୍ସ ଟିଲରସନଙ୍କୁ ଭେଟିଥିଲେ ମୋଦି । ଆମେରିକାର ମୋଷ୍ଟ ପାୱାରଫୁଲ୍ କୁହାଯାଉଥିବା ରେକ୍ସ ଟିଲରସନଙ୍କ ସହ ମୋଦି କିଛି ସମୟ ଧରି ଆଲୋଚନା ମଧ୍ୟ କରିଥିଲେ ।