ବିମୁଦ୍ରାକରଣ ନେଇ ମୁହଁ ଖୋଲିଲେ ରାଷ୍ଟ୍ରପତି! କହିଲେ ଗରିବଙ୍କ ସମସ୍ୟା ବଢିଛି

26

କନକ ବ୍ୟୁରୋ : ନୋଟ ବ୍ୟାନ ନେଇ ମୁହଁ ଖୋଲିଛନ୍ତି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଦେଶର ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କୁ ଭିଡିଓ କନଫରେନ୍ସ ଜରିଆରେ କରିଥିବା ସମ୍ବୋଧନରେ ରାଷ୍ଟ୍ରପତି କହିଛନ୍ତି, ନୋଟ ବ୍ୟାନ୍ ଯୋଗୁଁ ଗରିବଙ୍କ ସମସ୍ୟା ବଢିଛି । ଏହା କଳାଧନ ଓ ଦୁର୍ନୀତି ବିରୋଧୀ ଲଢେଇକୁ ସଶକ୍ତ କରିବ ସତ, ହେଲେ ଆର୍ଥିକ ଅଭିବୃଦ୍ଧିକୁ ପ୍ରଭାବିତ କରିବ । ଯାହା ଆର୍ଥିକ ମାନ୍ଦାବସ୍ଥା ଆଣିବା ଆଶଙ୍କା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି । ଅକ୍ଟୋବର-ଡିସେମ୍ବରରେ ଅଭିବୃଦ୍ଧି ଧିମା ହୋଇଛି । ଘରୋଇ ବଜାରରେ ନକରାତ୍ମକ ପ୍ରଭାବ ପଡିଥିବାରୁ ଅଭିବୃଦ୍ଧି ହାର ୫ ପ୍ରତିଶତ କମିଛି । କେବଳ ଏତିକି ନୁହେଁ ଖୁଚୁରା ସଂକଟ ଯୋଗୁଁ ସାଧାରଣ ଲୋକ ଏଥିରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।