ଓଡିଶାକୁ ପ୍ରଶଂସା କଲେ ରାଷ୍ଟ୍ରପତି ! ସାହିତ୍ୟ, କଳା କ୍ଷେତ୍ରରେ ରହିଛି ଓଡିଶାର ସ୍ୱତନ୍ତ୍ର ପରିଚୟ

48

କନକ ବ୍ୟୁରୋ : ଓଡ଼ିଶାର ପ୍ରଶଂସା କଲେ ରାଷ୍ଟ୍ରପତି । ଭାରତ ଗଠନ ଦିଗରେ ଓଡ଼ିଶାର ସ୍ୱତନ୍ତ୍ର ଅବଦାନ ରହିଥିବା କହିଛନ୍ତି ରାଷ୍ଟ୍ରପତି । ଦିଲ୍ଲୀରେ ପ୍ରବାସୀ ଓଡ଼ିଆ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହା କହିଛନ୍ତି । ସ୍ୱାଧିନ ଭାରତ ଗଠନରେ ଓଡ଼ିଶାର ଗଡଜାତ ରାଜାମାନେ ଯୋଗଦେଇ ଗଣତାନ୍ତ୍ରିକ ସରକାର ଆରମ୍ଭ କରିଥିଲେ ।

ଭାରତ ଗଠନରେ ଓଡ଼ିଶାର ସ୍ୱତନ୍ତ୍ର ଭୂମିକା ଥିଲା ଏବଂ ଓଡ଼ିଶା ଦେଶକୁୁ ଗଣତନ୍ତ୍ର ମୂୂଳଦୁଆ ଦେଇଛି । ଦେଶ ସ୍ୱାଧିନ ହେବା ପରେ ସୂହ ସଂଘ ପ୍ରତିଷ୍ଠା ନିମନ୍ତେ ଓଡ଼ିଶାର ରାଜାମାନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ସମର୍ଥନ କରିଥିଲେ ।

ଗୋଟିଏ ସମୟରେ ମହାତ୍ମା ଗାନ୍ଧିଙ୍କୁ ମଧ୍ୟ ଓଡ଼ିଶା ପ୍ରଭାବିତ କରିଥିଲା । କର୍ତବ୍ୟ ପରାୟଣତା, ଆଗ୍ରହ ଓ ସୃଜନଶୀଳତାପାଇଁ ଓଡ଼ିଆମାନେ ଓଡ଼ିଶାକୁ ଉଚ୍ଚ ବିକାଶ ଧାରାରେ ପହଂଚାଇବାର ସାମର୍ଥ୍ୟ ରଖିଛନ୍ତି । ଏହାସହ ଓଡ଼ିଶାର ସାହିତ୍ୟ ଓ କଳା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ରହିଛି ବୋଲି କହିଛନ୍ତ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ