୩୭ କୋଟି ଟଙ୍କାର ଗାଡି ଉପରେ ଚାଲିଲା ବୁଲଡୋଜର ! ଜାଣନ୍ତୁ କାହିଁକି ଏଭଳି ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି ।

43

ଫିଲିଫାଇନ୍ସର ରାଷ୍ଟ୍ରପତି ରାଁଡ୍ରିଗୋ ଦୁତର୍ତି ନିଜର ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । କିନ୍ତୁ ଏହି ଥରକ ସେ ଏକ ଅଦ୍ଭୁତ ନିର୍ଦ୍ଦେଶ ଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଷ୍ଟ୍ରପତି ରାଁଡ୍ରିଗୋ ଦୁତର୍ତିଙ୍କ ନିର୍ଦ୍ଦେଶରେ ଫିଲିଫାଇନ୍ସର କାଗାୟନ୍ ପ୍ରାନ୍ତରେ ୭୬ଟି ଲଗଜୁରି ଗାଡ଼ି ଓ ମୋଟରସାଇକେଲ ଉପରେ ବୁଲଡୋଜର ଚଢ଼େଇ ଦିଆଯାଇଛି । ଏହି ଗାଡ଼ିଗୁଡ଼ିକର ମୂଲ୍ୟ ୫୫ ଲକ୍ଷ ଡଲାର ଅର୍ଥାତ୍ ପାଖାପାଖି ୩୭.୭୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି ।

ଆଶ୍ଚର୍ୟ୍ୟର କଥା ହେଉଛି, ଯେତେବେଳେ ଏହି ଗାଡ଼ି ନଷ୍ଟ କରାଯାଉଥିଲା ରାଷ୍ଟ୍ରପତି ନିଜେ ସେଠାରେ ଉପସ୍ଥିତ ଥିଲେ । ରାଷ୍ଟ୍ରପତିଙ୍କ ଏହି ନିର୍ଦ୍ଦେଶକୁ ଭ୍ରଷ୍ଟାଚାର ଓ ଅପରାଧିକ ଗତିବିଧି ବିରୋଧରେ ଦୃଢ଼ ନୀତି ଆଧାରରେ ଦେଖାଯାଇଛି । ଏହି ଗାଡ଼ିରେ ପାର୍ସି, ଲମ୍ବୋର୍ଗିନି, ମର୍ସିଡିଜ-ବେଞ୍ଜ, ହାର୍ଲି ଡେବିଡସନ୍ ଭଳି ମହଙ୍ଗା କମ୍ପାନିର ଗାଡ଼ି ସାମିଲ ଅଛି । ଏହା ଦେଶକୁ ଚୋରା ଚାଲାଣ କରି ଅଣାଯାଇଥିବା ବେଳେ ଅଧିକାରୀଙ୍କ ଦ୍ୱାରା ଜବତ କରାଯାଇଥିଲା । ଏଗୁଡ଼ିକ ଫିଲିଫାଇନ୍ସକୁ ବେଆଇନ୍ ଭାବେ ଅଣା ଯାଇଥିବା ୮୦୦ ଗାଡ଼ି ମଧ୍ୟରୁ ୭୬ଟି ଥିଲା ।
୨୦୧୬ରେ ରାଷ୍ଟ୍ରପତି ବନିବା ପରେ ଦୁତର୍ତି ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରି ଦେଇଥିଲେ । ଏହା ପ୍ରଥମଥର ନୁହେଁ, ଆଗରୁ ମଧ୍ୟ ସାର୍ବଜନିନ ଭାବେ ଗାଡ଼ି ଉପରେ ବୁଲଡୋଜର ଚଳାଯାଇଛି । ଚଳିତବର୍ଷ ଫେବ୍ରୁଆରିରେ ଦୁତର୍ତିଙ୍କ ଆଦେଶରେ ୩୦ହଜାର ଲଗଜୁରି ଗାଡ଼ିକୁ ନଷ୍ଟ କରାଯାଇଥିଲା ।