ବିଦାୟୀ ଭାଷଣବେଳେ ଭାବବିହ୍ୱଳ ହେଲେ ବାରାକ ଓବାମା ! କହିଲେ ଆମେରିକା ସହ ସମକକ୍ଷ ନୁହଁନ୍ତି ଋଷ ଓ ଚୀନ୍

59

ଚିକାଗୋରେ ବିଦାୟୀ ଭାଷଣ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ବାରାକ ଓବାମା । ଭାଷଣ ଦେବା ବେଳେ ଭାବବିହ୍ୱଳ ହୋଇପଡିଥିଲେ ରାଷ୍ଟ୍ରପତି । ପୁରା ଆମେରିକା ବାସୀଙ୍କୁ ତାଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି ।ଆଇଏସଆଇଏସ ଖୁବ୍ ଶୀଘ୍ର ଧ୍ୱଂସ ପାଇବ ବୋଲି କହିଛନ୍ତି ବାରାକ ଓବାମା ।

ଦୃଢ ଗଣତନ୍ତ୍ର ଓ ଦେଶର ବିକାଶ ପାଇଁ ସବୁ ଶ୍ରେଣୀର ଲୋକଙ୍କ ସମ୍ପୃକ୍ତି ଆବଶ୍ୟକ । ଆମେ ଦେଶକୁ ଶକ୍ତିଶାଳୀ କରୁଛି । ଆଗକୁ ମଧ୍ୟ ଆହୁରୀ ଶକ୍ତିଶାଳୀର କରିବୁ ବୋଲି ନିଜ ଭାଷଣରେ କହିଛନ୍ତି ଓବାମା । ତେବେ ୮ବର୍ଷ ମଧ୍ୟରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିଛି ବୋଲି କହିଛନ୍ତି ରାଷ୍ଟ୍ରପତି ବାରାକ ଓବାମା ।