ରାଷ୍ଟ୍ରପତି ନିର୍ବାଚନ ପାଇଁ ଶକ୍ତି ପ୍ରଦର୍ଶନ କଲେ ମୋଦି : ସବୁ ସମର୍ଥନକାରୀ ଦଳଙ୍କୁ ନେଇ ଦାଖଲ ହେଲା ନାମାଙ୍କନ ପତ୍ର

22

କନକ ବ୍ୟୁରୋ : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ଦାଖଲ କରିଛନ୍ତି ରାମନାଥ କୋବିନ୍ଦ । ତେବେ ରାଷ୍ଟ୍ରପତି ପ୍ରାର୍ଥୀ ନାମାଙ୍କନ ଦାଖଲରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି । ଦଳର ସବୁ ହେବିୱେଟ୍ ନେତାଙ୍କ ସମେତ ପ୍ରମୁଖ ସହଯୋଗୀ ଦଳ ଏଥିରେ ସାମିଲ ହୋଇଛନ୍ତି । ଏନଡିଏର ଏହି ଶକ୍ତି ପ୍ରଦର୍ଶନରେ ସାମିଲ ହୋଇଛନ୍ତି ବିଜେଡି ସରକାରର ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର । ଏନଡିଏର ରାମନାଥ କୋବିନ୍ଦଙ୍କ ବିପକ୍ଷରେ ବିରୋଧୀ, ଦଳିତ ନେତ୍ରୀ ମୀରା କୁମାରଙ୍କୁ ପ୍ରାର୍ଥୀ କରିବା ପରେ ବିଜେଡି କହିଛି, ଦଳର ନିଷ୍ପତ୍ତିରେ ହେବନି ପରିବର୍ତ୍ତନ।