ରାଜପଥରେ ପତାକା ଉତୋଳନ କଲେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

32

କନକ ବ୍ୟୁରୋ : ୬୮ ତମ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ପତାକା ଉତୋଳନ କରିଛନ୍ତି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଦେଶର ଏହି ମହାନ ପର୍ବରେ ମୁଖ୍ୟ ଅତିଥି ଭାବରେ ସାମିଲ ହୋଇଛନ୍ତି ଆବୁଧାବିର ରାଜକୁମାର ମହମ୍ମଦ ବିନ୍ ଜାୟଦ ଅଲ ନାହୟାନ । ଗଣତନ୍ତ୍ର ପର୍ବ ସେନା ଓ ଅର୍ଦ୍ଧ ସାମରିକ ଦଳ ପକ୍ଷରୁ ସାମୁହିକ ପରେଡ ପ୍ରଦର୍ଶନ କରାଯାଇଛି । ମାର୍ଚ୍ଚଫାଷ୍ଟରେ ସେନା ଅର୍ଦ୍ଧ ସାମରିକ ବାହିନୀର ୧୫ଟି ଦଳ ସାମିଲ ହୋଇ ନିଜର ଶୋ÷ର୍ଯ୍ୟ ଓ ଶକ୍ତି ପ୍ରଦର୍ଶନ କରିଛନ୍ତି ।

ରାଜପଥରେ ୧୭ ଟି ରାଜ୍ୟ ଓ ୬ ଟି ମନ୍ତ୍ରାଳୟର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଛି । ପ୍ରଥମ ଥର ପାଇଁ ସଂଯୁକ୍ତ ଆରବ ଏମିରଟସର ଏକ ସେନା ଦଳ ମଧ୍ୟ ଏହି ପରେଡରେ ସାମିଲ ହୋଇଛନ୍ତି । ଏଥିରେ ୟୁଏଇର ୧୪୪ ଜଣ ଯବାନ ରହିଛନ୍ତି । ୪ଟି ଏମଆଇ -୧୭ ହେଲିକେପ୍ଟର ଆକାଶରୁ ପୁଷ୍ପବୃଷ୍ଟି କରିଛନ୍ତି । ଭାରତର ପ୍ରତାପୀ ଘୋଡା ସବାରଙ୍କ ମାର୍ଚ୍ଚଫାଷ୍ଟ ମଧ୍ୟ ଆକର୍ଷଣର କେନ୍ଦ୍ର ହୋଇଛି ।

ଏହାସହ ପ୍ରଥମ ଥର ପାଇଁ ୧୦୦ ଜଣ ଏନଏସଜି କମଣ୍ଡୋଙ୍କ ଏକ ଦଳ ପରେଡରେ ସାମିଲ ହୋଇଥିଲେ । ଅନ୍ୟପଟେ ଦେଶର ଲଢୁଆ ବିମାନ ମାନେ ସେମାନଙ୍କ କମାଲ ଦେଖାଇବା ବେଳେ ପରେଡରେ ବହୁ ଯୁଦ୍ଧାସ୍ତ୍ର ଦେଖିବାକୁ ମିଳିଥିଲା । ଜନରାଜ୍ୟ ଦିବସରେ ସେନାର ଯବାନ ହଙ୍ଗପଙ୍ଗ ଦାଦାଙ୍କୁ ମରୋଣତର ଅଶୋକ ଚକ୍ରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ।