ସଂସଦର ବଜେଟ ଅଧିବେଶନ ଆରମ୍ଭ : ମିଳିତ ଅଧିବେଶନକୁ ସମ୍ବୋଧନ କଲେ ରାଷ୍ଟ୍ରପତି

28

କନକ ବ୍ୟୁରୋ : ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି । ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ଆଗୁଆ ବଜେଟ ନେଇ ବୟାନ ଦେଇଛନ୍ତି । ପ୍ରଥମ ଥର ପାଇଁ ପରମ୍ପରା ଭାଙ୍ଗି ଗୋଟିଏ ମାସ ପୂର୍ବରୁ ବଜେଟ ଆସୁଛି । ପ୍ରଥମଥର ପାଇଁ ରେଳ ଓ ସାଧାରଣ ବଜେଟ ଏକାସାଙ୍ଗରେ ଆସୁଛି ।

ବଜେଟ ନେଇ ସବୁ ଦଳ ସହ ଆଲୋଚନା ହୋଇଛି । ଚର୍ଚ୍ଚାରେ ସହଯୋଗ କରିବାକୁ ମୋଦି ଆହ୍ୱାନ ଦେଇଛନ୍ତି ର ସୁରୁଖୁରୁରେ ସଂଚାଳନ କରିବାପାଇଁ ଗତକାଲି ଅନୁଷ୍ଠିିତ ହୋଇଥିଲା ସର୍ବଦଳୀୟ ବୈଠକ । ସୁରୁଖୁରୁରେ ବଜେଟ ଅଧିବେଶନକୁ ଚଳାଇବା ପାଇଁ ମୋଦି ସମସ୍ତ ବିରୋଧୀ ଦଳଙ୍କୁ ଆହ୍ୱାନ କରିଛନ୍ତି । ତେବେ ବଜେଟ ଅଧିବେଶନର ପ୍ରଥମ ଦୁଇଟି କାର୍ଯ୍ୟଦିବସ ବର୍ଜନ କରିବ ତୃଣମୁଳ କଂଗ୍ରେସ । ବିମୁଦ୍ରାୟନ ପ୍ରତିବାଦରେ ଟିଏମସି ପ୍ରତିବାଦ କରିବ ବୋଲି କହିଛି ।