ରାତି ପାହିଲେ ରଜ, ଆଜି ସଜବାଜ ! ପୁରପଲ୍ଲୀ ସବୁଠି ରଜମଉଜ ପାଇଁ ପ୍ରସ୍ତୁତି

82

କନକ ବ୍ୟୁରୋ : ରାତି ପାହିଲେ ଓଡିଆ ବଡ ପର୍ବ ରଜ । ଆଜି ସଜବାଜ । ତିନି ଦିନ ଧରି ରଜ ମଉଜ ପାଇଁ ପୁରପଲ୍ଲୀ ସବୁଠି ଚାଲିଛି ପ୍ରସ୍ତୁତି । ନୂଆ ଡ୍ରେସ କିଣିବା ପାଇଁ ଦୋକାନ ବଜାରରେ ଭିଡ ଲାଗିଥିବା ବେଳେ ମେହେନ୍ଦି, ଅଳତା ନାଇଁ ନିଜକୁ ସଜଉଛନ୍ତି ଝିଅ ବୋହୂ । ପୋଡ ପୀଠା କରିବା ପାଇଁ ଚାଲିଛି ପ୍ରସ୍ତୁତି । ଏପଟେ ଭୁବନେଶ୍ୱର ପାନ୍ଥ ନିବାସରେ ଆୟୋଜନ ହୋଇଛି ରଜ ମହୋତ୍ସବ । ରଜ ପାଇଁ ସୁନ୍ଦର ଭାବରେ ଦୋଳି ସଜା ଯାଇଛି ।