ନବରଙ୍ଗପୁର ଜିଲ୍ଲାର ଜୀବନ ସଂଘର୍ଷର କାହାଣୀ : ଶଗଡ ପାଲଟିଛି ଆମ୍ବୁଲାନ୍ସ

130

ନବରଙ୍ଗପୁର : ନବରଙ୍ଗପୁର ଉମରକୋଟ ବ୍ଳକ ଜାମପାଣି ଗାଁରେ ପ୍ରସୂତିଙ୍କୁ ଶଗଡରେ ବୁହା ହୋଇ ନିଆ ଯାଉଛି ଡାକ୍ତରଖାନା । ରୋଗୀଙ୍କ ପାଇଁ ଏଠାରେ ୧୦୮, ୧୦୨ ଆମ୍ବୁଲାନ୍ସ ପାଲଟିଛି ବଳଦ ଟାଣୁଥିବା ଶଗଡ ଗାଡି । ଏହି ସଂଘର୍ଷ ହେଉଛି, ବଂଚି ରହିବା ପାଇଁ ଏ ଅଂଚଳବାସୀଙ୍କର ନିତି ଦିନିଆ ସଂଘର୍ଷ । ରାଜ୍ୟ ସରକାରଙ୍କ ଯୋଜନା କିପରି ସାଧାରଣ ଲୋକଙ୍କ ପାଇଁ ଅପହଂଚ ହୋଇ ରହିଛି, ତାହାର ଏହା ହେଉଛି ନଗ୍ନ ଉଦାହରଣ । ଗାଁକୁ ରାସ୍ତା ନାହିଁ, ନଦୀରେ ପୋଲ ନାହିଁ । ଲୋକେ ଭାଗ୍ୟକୁ ଆଦରି ପଡି ରହିଛନ୍ତି। ବାରମ୍ବାର ଫୋନ କଲେ ବି ଗାଁରେ ପହଁଚି ପାରୁନି ଆମ୍ବୁଲାନ୍ସ । ବର୍ଷା ଅସରାଏ ହେଲେ ଗାଁକୁ ଯାତାୟତ ଠପ୍ । ଖବର ସଂଗ୍ରହ ପାଇଁ ଯେତେବେଳେ କନକ ନ୍ୟୁଜ୍ ଜାମାପଣି ଗାଁରେ ପହଁଚିଥିଲା, ସେତେବେଳେ ଜଣେ ରୋଗୀଙ୍କୁ ଶଗଡରେ ବୁହା ହୋଇ ନଦୀ ପାର କରାଯାଉଥିଲା । ଗ୍ରାମବାସୀ ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ବଖାଣିଥିଲେ, କିପରି ଜୀବନକୁ ପାଣି ଛଡାଇ ବଂଚି ରହିଛନ୍ତି ଏଭଳି ଅନୁୂନ୍ନତ ଅଂଚଳରେ । ଗୋଟିଏ ପଟେ ବିକାଶର ନାରା ଦେଇ ଚାଲିଛନ୍ତି ସରକାର, ଅନ୍ୟପଟେ ପ୍ରକୃତ ବିକାଶ, ଲୋକଙ୍କ ଠାରୁ ବହୁ ଦୂରରେ ରହିଛି । ପଛୁଆ ଜିଲ୍ଲାର ଉନ୍ନତି ପାଇଁ ସରକାରଙ୍କ ଯୋଜନା କେବଳ କାଗଜ କଲମରେ ଚାଲିଛି ବିକାଶ ।