ବିଶ୍ୱର ଏଭଳି ଏକ ସ୍ଥାନ ଯେଉଁଠି ମାତୃତ୍ୱ ପ୍ରାପ୍ତ କରିବା ଏକ ଅଭିଶାପ ! ମୃତ୍ୟୁ କବଳରେ କବଳିତ ୨ ଲକ୍ଷ ଗର୍ଭପତୀ ମହିଳା ।
କୌଣସି ବି ମହିଳାଙ୍କ ପାଇଁ ମା’ ହେବା ସବୁଠାରୁ ନିଆରା ଏବଂ ସୁନ୍ଦର ଅନୁଭୁତି । କିନ୍ତୁ ଦୁନିଆରେ ଏକ ଏମିତି ସ୍ଥାନ ରହିଛି ଯେଉଁଠି ମା’ ହେବା ଅଭିଶାପ ପାଲଟି ଯାଇଛି । ଏଭଳି ସମସ୍ୟା ଆଫ୍ରିକାରେ ଥିବା ଇଥିଓପିଆ,ମଲାବି,ୟୁଙ୍ଗାଡ଼ା ଏବଂ ଡ଼େମୋକ୍ରଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଦେଖିବାକୁ ମିଳିଛି । ଏହି ସ୍ଥାନରେ ପ୍ରାୟ ଦୁଇ ଲକ୍ଷ ମହିଳାଙ୍କ ମୃତ୍ୟୁ ଗର୍ଭାବସ୍ଥାରେ ହୋଇଥିବାରୁ ଗର୍ଭବତୀ ହେବା ଏଠାରେ ପାପ ବୋଲି ଧରା ଯାଇଥାଏ । ଜଣେ ଫଟୋଗ୍ରାଫର ସେହି ଅଞ୍ଚଳକୁ ଯାଇ ତଦନ୍ତ କରିବା ପରେ ଜ୍ଞାନ,ସଚେତନତା ଏବଂ ଉନ୍ନତ ଧରଣର ଚିକିତ୍ସା ସୁବିଧାର ଅଭାବରୁ ସେଠାରେ ମହିଳାମାନେ ମୃତ୍ୟୁମୁଖରେ ପଡ଼ୁଥିବା ଜାଣିବାକୁ ପାଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଫଟୋଗ୍ରାଫର ପୋଲୋ ନିଜର ପ୍ରୋଜେକ୍ଟ ପାଇଁ ସେଠାକୁ ଯାଇଥିବା ବେଳେ ଏଠାରେ ମହିଳାମାନଙ୍କ ପାଇଁ ଗର୍ଭବତୀ ହେବା ଅଭିଶାପ ବୋଲି ଶୁଣିବାକୁ ପାଇଥିଲେ । ଚିକିତ୍ସା ଅଭାବରୁ ଏଠି ମହିଳାମାନେ ମୃତ୍ୟୁବରଣ କରୁଥିବା ବେଳେ ଏଠାକାର ଲୋକମାନେ ଏହାକୁ ଅଭିଶାପ ବୋଲି ଭାବିନେଇଥିବା ଜାଣି ପାରିଥିଲେ ପୋଲୋ । ଏହି ସମସ୍ୟାର ଏକ ଭିଡ଼ିଓ ତିଆରି କରି ସୋସିଆଲ ମିଡ଼ିଆରେ ଛାଡ଼ିବା ପରେ ଏଭଳି କିଛି ଘଟଣା ଦେଶର କୋଣରେ ଘଟୁଛି ବୋଲି ବିଶ୍ୱବାସୀ ଜାଣି ପାରିଥିଲେ । ଏବେ ସେହି ଅଞ୍ଚଳର ସମସ୍ୟାକୁ ସୁଧାରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡ଼ିଛି ।