ହସପିଟାଲରୁ ଗର୍ଭବତୀ ମହିଳାଙ୍କୁ କରିଦେଲେ ବାହାର, ରାସ୍ତାକଡରେ ଛୁଆ ଜନ୍ମ କରିବାକୁ ହେଲେ ବାଧ୍ୟ

106

ଉତ୍ତର ପ୍ରଦେଶରେ ପୁଣି ଥରେ ହସପିଟାଲର ଅବହେଳା ସାମନାକୁ ଆସିଛି । ୟୁପିର ଜାଲୌନରେ ଜଣେ ମହିଳା ରାସ୍ତାରେ ଶିଶୁକୁ ଜନ୍ମ ଦେବାକୁ ବାଧ୍ୟ ହୋଇଛନ୍ତି । ସୁଚନାଯୋଗ୍ୟ, ହସପିଟାଲରୁ ବାହାର କରିଦିଆଯିବା ପରେ ମହିଳା ରାସ୍ତାରେ ଶିଶୁକୁ ଜନ୍ମ ଦେଇଛନ୍ତି । ଏପର୍ଯ୍ୟନ୍ତ ହସପିଟାଲର ସେହି କର୍ମଚାରୀଙ୍କ ପରିଚୟ ଜଣାପଡିନି, ଯିଏ ଗର୍ଭବତୀ ମହିଳାଙ୍କୁ ହସପିଟାଲରୁ ବାହାର କରିଦେଇଥିଲେ ।

ହସପିଟାଲର ଏସଡିଏମଓଙ୍କ କହିବାନୁସାରେ, ଗର୍ଭବତୀ ମହିଳାଙ୍କୁ ନର୍ସ ଷ୍ଟାଫ ଦ୍ୱାରା ହସପିଟାଲରୁ ଜବରଦସ୍ତି ବାହାର କରିଦିଆଯାଇଥିଲା । ସେ ଯାଂଚର ଆଦେଶ ଦେଇଛନ୍ତି ଓ ଦୋଷୀକୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ କହିଛନ୍ତି । ଏହା ପ୍ରଥମ ଘଟଣା ନୂହେଁ, ଯେଉଁଥିରୁ ହସପିଟାଲର ଅବହେଳା ସାମନାକୁ ଆସିଛି । ୟୁପିରେ ଏମିତି ଅନେକ ମାମଲା ସାମନାକୁ ଆସିଛି । ଯେଉଁଥିରେ ଗର୍ଭବତୀ ମହିଳାଙ୍କୁ ବାଧ୍ୟ ହୋଇ ତଳେ ଛୁଆ ଜନ୍ମ କରିବାକୁ ପଡିଲା ।