ଚଳନ୍ତା ଟ୍ରେନରେ ସିଗାରେଟ୍ ପିଇବାକୁ ବାରଣ କଲେ ଗର୍ଭବତୀ ମହିଳା, ତାଙ୍କର ଏମିତି ଦୁର୍ଦ୍ଦଶା କଲେ ଯୁବକ

ମହିଳାଙ୍କୁ ପିଟିପିଟି ହତ୍ୟା କଲା ସହଯାତ୍ରୀ

307

ଜାଲିୟାଁୱାଲାବାଗ ଏକ୍ସପ୍ରେସରେରେ ଜଣେ ମହିଳାଙ୍କ ଗଳା ଚିପି ହତ୍ୟା କରିବାର ଗମ୍ଭୀର ମାମଲା ସାମନାକୁ ଆସିଛି । ଚଳନ୍ତା ଟ୍ରେନରେ ଜଣେ ଗର୍ଭବତୀ ମହିଳା ଯାତ୍ରୀ ତାଙ୍କ ସହ-ଯାତ୍ରୀଙ୍କୁ ସିଗାରେଟ୍ ପିଇବାକୁ ବାରଣ କରିବାରୁ ସେ ତାଙ୍କୁ ପିଟିପିଟି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ବରେଲି ଷ୍ଟେସନ ନିକଟରେ ଘଟିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପଞ୍ଜାବ-ବିହାର ଜାଲିୟାଁୱାଲାବାଗ ଏକ୍ସପ୍ରେସରେ ଚିନ୍ତା ଦେବୀ (୪୫) ନିଜ ପରିବାର ସହିତ ଛଟ୍ ପୂଜା ପାଇଁ ବିହାର ଯାଉଥିଲେ। ସେହି ବଗିରେ ବସି ଯାଉଥିବା ସୋନୁ ଯାଦବ ନାମକ ଜଣେ ଯୁବକ ଟ୍ରେନରେ ସିଗାରେଟ ପିଇବା ଆରମ୍ଭ କରିଦେଇଥିଲା। ଚିନ୍ତା ଦେବୀ ଟ୍ରେନରେ ତାଙ୍କୁ ସିଗାରେଟ ପିଇବାକୁ ମନା କରିଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା। ଉକ୍ତ ଯୁବକ ଜଣକ ଏଥିରେ ଉତକ୍ଷିପ୍ତ ହୋଇ ଚିନ୍ତା ଦେବୀଙ୍କ ଗଳା ଦବାଇ, ପିଟିପିଟି ହତ୍ୟା କରିଥିଲା।

ଜିଆରପି ପୁଲିସ ଷ୍ଟେସନର ଇନଚାର୍ଜ ଏ.କେ ପାଣ୍ଡ୍ୟାଙ୍କ କହିବାନୁସାରେ, ଏହି ଘଟଣା ବିଷୟରେ ସୂଚନା ମିଳିବା ମାତ୍ରେ ଟ୍ରେନକୁ ଶାହଜହାପୁରରେ ଅଟକାଇ ଉକ୍ତ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ଏବଂ ମହିଳାଙ୍କୁ ଡାକ୍ତରଖାନା ପଠାଯାଇଥିଲା। ସେଠାରେ ଡାକ୍ତର ଚିନ୍ତା ଦେବୀଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହା ପରେ ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।