ସରକାରୀ ହସପିଟାଲରେ ଅବ୍ୟବସ୍ଥା : ୮ମାସର ଗର୍ଭବତୀ ମହିଳାଙ୍କୁ ଦିଆଗଲା ଏଚଆଇଭି ସଂକ୍ରମିତ ରକ୍ତ  

183

ତାମିଲନାଡୁର ବିରଧୁନଗର ଜିଲ୍ଲାର ରକ୍ତ ଭଣ୍ଡାର କର୍ମୀଙ୍କ ଅବହେଳା ଯୋଗୁଁ ଗର୍ଭଅବତୀ ମହିଳା ଏଚଆଇଭି ସଂକ୍ରମଣର ଶିକାର ହୋଇଛନ୍ତି । ୨୪ ବର୍ଷୀୟ ଗର୍ଭବତୀ ମହିଳାଙ୍କୁ ରକ୍ତ ଭଣ୍ଡାରରୁ ଅଭିଯୋଗ କ୍ରମେ ଦୂଷିତ ରକ୍ତ ଚଢ଼ାଇବା ପରେ ଏଚଆଇଭି ଦ୍ୱାରା ସଂକ୍ରମିତ ହୋଇଥିବାର ମାମଲା ସାମନାକୁ ଆସିଛି । ଏହାପରେ ତାମିଲନାଡୁ ସରକାର ରାଜ୍ୟର ସମସ୍ତ ରକ୍ତ ଭଣ୍ଡାରରେ ରକ୍ତ ନୂମନାର ଯାଂଚ କରିବାକୁ ଆଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ସତ୍ତୁରର ଏକ ସରକାରୀ ହସପିଟାଲର ତିନି ଜଣ ଟେକନିସିଆନଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ଏହି ଘଟଣାର ଯାଂଚ କରାଯାଉଛି ଏବଂ ଯିଏ ଦୋଷୀ ସାବ୍ୟସ୍ତ ହେବ ତା’ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ପୁଲିସ କହିଛି କି, ବ୍ଲଡ ବ୍ୟାଙ୍କ କର୍ମଚାରୀଙ୍କ ସମେତ, ରକ୍ତ ଚଢ଼଼ାଇବା ସମୟରେ ଉପସ୍ଥିତ ଡାକ୍ତର, ନର୍ସ ବିରୁଦ୍ଧରେ ଚିକିତ୍ସାରେ ଅବହେଳା ପାଇଁ ଆଇପିସିର ବିଭିନ୍ନ ଧାରା ଅଧିନରେ ମାମଲା ରୁଜୁ କରାଯାଇଛି । ମହିଳାଙ୍କ ଉପରେ ବିଷାଣୁ ର ପ୍ରଭାବକୁ ରୋକିବା ପାଇଁ ସବୁ ସମ୍ଭାବନାକୁ ଏଡାଇବାକୁ ଚେଷ୍ଟା କରୁଛି ।

ଆଠ ମାସର ଗର୍ଭବତୀ ମହିଳାଙ୍କୁ ତାଙ୍କର ଦ୍ୱିତୀୟ ସନ୍ତାନର ଜନ୍ମ ପାଇଁ ସତ୍ତୁରର ଏକ ପ୍ରାଇଭେଟ୍ ହସପିଟାଲରେ ଯାଂଚ ପାଇଁ ନିଆଯାଇଥିଲା । ଯେଉଁଠି ଡାକ୍ତର ତାଙ୍କୁ ହିମୋଗ୍ଲୋବିନର ଅଭାବ କାରଣରୁ ରକ୍ତ ଦେବା ପାଇଁ ପରାମର୍ଶ ଦେଲେ । ଏହାପରେ ସତ୍ତୁରର ସକାରୀ ହସପିଟାଲରେ ରକ୍ତ ଦିଆଗଲା ଏବଂ ଏଥିପାଇଁ ରକ୍ତ ବ୍ଲଡ ବ୍ୟାଙ୍କରୁ ଅଣାଯାଇଥିଲା ।