ମଦ ପିଇ ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର କଲେ ଡାକ୍ତର ! ନବଜାତ ଓ ମା’ ମୃତ

367

କନକ : ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱତୀୟ ରୂପ ବୋଲି କୁହାଯାଏ । କାରଣ ଆମେ ଅନ୍ଧ ଭାବେ ତାଙ୍କ ଉପରେ ବିଶ୍ୱାସ କରୁ ।  ମଣିଷ ରୋଗରେ ପଡିଥିଲେ ଡାକ୍ତରଙ୍କ ଉପରେ ଥାଏ ଭରସା। ତେଣୁ ଡ଼ାକ୍ତରଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଏ । କାରଣ ସେମାନଙ୍କ ପାଇଁ ହିଁ ଅନେକ ସମୟରେ ଜୀବନ ବଞ୍ଚି ପାରିଥାଏ । ତେବେ ଡାକ୍ତର ଯଦି ନିଜ ଦାୟିତ୍ୱ ଭୁଲଯିବେ, ତେବେ ରୋଗୀ ଯିବେ କୁଆଡ଼େ । ଆଉ ଭରସା କରିବେ କା’ଉପରେ । ଗୁଜରାଟରେ ଜଣେ ମଦୁଆ ଡାକ୍ତରଙ୍କ ପାଇଁ ନବଜାତ ଓ ମା’ ମୃତ୍ୟୁ ଘଟିଛି ।

image courtesy-https://www.tribuneindia.com

ଗୁଜରାଟର ବୋତାଦ ଜିଲ୍ଲାରେ ନିଶାସକ୍ତ ଅବସ୍ଥାରେ ଥାଇ ଜଣେ ଡାକ୍ତର ପ୍ରସବ କରାଇବାରୁ ଜଣେ ମହିଳା ଓ ତାଙ୍କ ଛୁଆର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଆଉ ଏହାପରେ ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି । ପୁଲିସ କହିବା ଅନୁସାରେ, ୨୨ ବର୍ଷୀୟ କାମିନୀବେନ୍ ଚାଞ୍ଚିୟାଙ୍କୁ ବୋତାଦର ସରକାରୀ ଡାକ୍ତରଖାନା ସୋନାଓ୍ଵାଲ୍ ହସ୍ପିଟାଲ୍କୁ ସୋମବାର ବିଳମ୍ବିତ ରାତ୍ରୀରେ ଅଣାଯାଇଥିଲା ଏବଂ ଡାକ୍ତର ପି ଜେ ଲଖାନୀ ତାଙ୍କର ପ୍ରସବ କରାଇଥିଲେ ।କିଛି ସମୟ ପରେ ନବଜାତ ବାଳିକା ଏବଂ ଚାଞ୍ଚିୟାଙ୍କର ମୃତ୍ୟୁ ଘଟିବା ପରେ ତାଙ୍କର ଆତ୍ମୀୟ ସ୍ୱଜନ ଡାକ୍ତରଙ୍କ ଅବହେଳାକୁ ଏଥିପାଇଁ ଦାୟୀ କରିଥିଲେ ।

death
Image courtesy – www.ghanaweb.com

ଡିୟୁଟି ବେଳେ ଡାକ୍ତର ମଦ୍ୟପାନ କରିଥିଲେ ବୋଲି ପୁଲିସ ଜାଣି ପାରିଛି । ପ୍ରଥମେ ତାଙ୍କୁ ପ୍ରହିବିସନ୍ ଆକ୍ଟ୍ରେ ବୁକ୍ କରାଯାଇ ପରେ ଗିରଫ କରାଗଲା । ତାଙ୍କର ରକ୍ତ ନମୁନା ପରୀକ୍ଷା ନିମନ୍ତେ ପଠାଯାଇଛି। ବ୍ୟବଚ୍ଛେଦ ନିମନ୍ତେ ଚାଞ୍ଚିୟାଙ୍କର ଶବ ଭାବନଗର ସିଭିଲ୍ ହସ୍ପିଟାଲ୍କୁ ପଠାଯାଇଛି । ରିପୋର୍ଟ ମିଳିଲେ ସିଭିଲ୍ ସର୍ଜନଙ୍କ ନେତୃତ୍ୱାଧୀନ ଏକ କମିଟିକୁ ତାହା ପଠାଯାଇ ଅବହେଳା କାରଣରୁ ପୀଡ଼ିତାଙ୍କ ମୃତ୍ୟୁ ହୋଇଛି କି, ନାହିଁ ଯାଞ୍ଚ କରାଯିବ ।