ଆନୁଷ୍ଠାନିକ ପ୍ରସବକୁ ଦିଆଯିବ ପ୍ରୋତ୍ସାହନ ! ଆମ୍ବୁଲାନସ କିମ୍ବା ଚାରିଚକିଆ ଯାନ ପହଂଚିପାରୁନଥିବା ଅପହଂଚ ଗାଁର ଗର୍ଭବତୀ ମହିଳାଙ୍କୁ ମିଳିବ ଆର୍ଥିକ ସହାୟତା

24

କନକ ବ୍ୟୁରୋ : ଆନୁଷ୍ଠାନିକ ପ୍ରସବକୁ ପ୍ରୋତ୍ସାହନ ଦେବା ପାଇଁ  ୧୦୮ /୧୦୨ ଆମ୍ବୁଲାନସ କିମ୍ବା ଚାରିଚକିଆ ଯାନ ପହଂଚିପାରୁନଥିବା ଅପହଂଚ ଗ୍ରାମ ଓ ଜନବସତିଗୁଡିକର ଗର୍ଭବତୀ ମହିଳାମାନଙ୍କୁ ଆର୍ଥିକ ସହାୟତାpregnant-1 ଦେବେ ରାଜ୍ୟ ସରକାର । ଏଥିପାଇଁ ଯାତାୟତ ଖର୍ଚ୍ଚ ପ୍ରଦାନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଆନୁଷ୍ଠାନିକ ପ୍ରସବ ନିମନ୍ତେ ଅଧୀସୂଚିତ ଅପହଂଚ ଗ୍ରାମ ଓ ଜନବସତିଗୁଡିକ ପ୍ରତି ଗର୍ଭବତୀ ମହିଳାଙ୍କୁ ଏକ ହଜାର ଟଙ୍କା ଦିଆଯିବ ।

ଯାନବାହାନ କିମ୍ବା ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ ହେଉଥିବା ନିକଟତମ ସ୍ଥାନରେ ଷ୍ଟ୍ରେଚର କିମ୍ବା ଅନ୍ୟ ଉପାୟରେ ପଂହଚାଉଥିବା ବାହକଙ୍କ ନିମନ୍ତେ ଖର୍ଚ୍ଚ ବି ଏଥିରେ ଅନ୍ତର୍ଭୁକ୍ତ । ଗର୍ଭବତୀ ମହିଳା ମଟରଯାନ ମିଳୁପାରୁଥିବା ସ୍ଥାନରେ ପହଂଚି ୧୦୮/୧୦୨ ଆମ୍ବୁଲାନସ ସେବା ଗ୍ରହଣ କଲେ ମଧ୍ୟ ତାଙ୍କୁ ଏହି ଅର୍ଥରାଶି ପ୍ରଦାନ କରାଯିବ । ଏ ବାବଦ ବ୍ୟୟ ଅର୍ଥ ସଂପୂର୍ଣ୍ଣା ଯୋଜନାରେ ରାଜ୍ୟ ବଜେଟରୁ ଭରଣା କରାଯିବ