କଲ୍ୟାଣସିଂହପୁର ପଂଚାୟତ ପୁରୁଣାଭଟ୍ଟା ଗାଁର ଅଭାବନୀୟ ଘଟଣା ! ବାଉଁଶ ଭେଳା ସାହାଯ୍ୟରେ ନଦୀ ପାରି ହେଲେ ପ୍ରସୂତି

5

କନକ ବ୍ୟୁରୋ : ନଦୀରେ ବାଉଁଶ ଭେଳା ସାହାଯ୍ୟରେ ପାରି ହେଲେ ପ୍ରସୂତି । ଏଭଳି ଅଭାବନୀୟ ଘଟଣା ଘଟିଛି କଲ୍ୟାଣସିଂହପୁର ପଂଚାୟତ ପୁରୁଣାଭଟ୍ଟା ଗାଁରେ । କଲ୍ୟାଣୀ ନଦୀରେ ବାଉଁଶ ଭେଳା ସାହାଯ୍ୟରେ ପ୍ରସୂତିଙ୍କ ହସ୍ପିଟାଲ ଅଣାଯାଇଛି । କଲ୍ୟାଣ ନଦୀର ପୋଲ ଭାସିଯାଇଥିବାରୁ ବାଉଁଶ ଭେଳାରେ ପ୍ରସୂତିଙ୍କୁ ଅଣାଯାଇଛି ।

କଲ୍ୟାଣସିଂହପୁର ପଂଚାୟତ ପୁରୁଣାଭଟ୍ଟା ଗାଁକୁ ରାସ୍ତା ଘାଟ ଅନୁନ୍ନତ ଅବସ୍ଥାରେ ରହିଛି । ଫଳରେ ଲୋକେ ନଦୀ ପଥରେ ଯା’ଆସ କରୁଛନ୍ତି । ବାରମ୍ବାର ଏଭଳି ଅଭିଯୋଗ ମାନ ସେ ଅଂଚଳରୁ ଆସୁଛି । ଲୋକେ ଜରୁରୀ ବେଳେ ଡାକ୍ତରଖାନ ଗଲାବେଳେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ଏବେ ଏହି ପ୍ରସୂତିଙ୍କୁ ବାଉଁଶ ଭେଳା ସାହାଯ୍ୟରେ ନଦୀ ପଥରେ ନେବାର ଖବର ଆଲୋଚନାର ବିଷୟ ପାଲଟିଛି ।

ଦେଖନ୍ତୁ ଏହି ଭିଡ଼ିଓ –

Comments are closed.