ବଢିଛି ଟିକସ ଆଦାୟ: ବିମୁଦ୍ରାକରଣ ପ୍ରଭାବ ନେଇ ଜେଟଲୀଙ୍କ ପ୍ରେସମିଟ

15

କନକ ବ୍ୟୁରୋ : ବିମୁଦ୍ରାକରଣ ପରେ ବଢିଛି ଟିକସ ଆଦାୟ । ସେବା କର ଆଦାୟ ୨୩.୯ ପ୍ରତିଶତ, ପ୍ରତ୍ୟକ୍ଷ କର ୧୨.୨ ପ୍ରତିଶତ ଓ ପରୋକ୍ଷ କର ୨୫ପ୍ରତିଶତ ଅଧିକ ଆଦାୟ କରାଯାଇଛି । ବିମୁଦ୍ରାକରଣର ପ୍ରଭାବକୁ ନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ । ଏହାସହ ନଭେମ୍ବରରେ ଭାଟ୍ ଆଦାୟ ବଢିଛି । କେବଳ ଡିସେମ୍ବରରେ ସୀମା କର ଆଦାୟ କମିଥିବା ସେ ସୂଚନା ଦେଇଛନ୍ତି ।