ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ଭବିଷ୍ୟବାଣୀ! ବିଶ୍ୱକପ ଟାଇଟଲ ପାଇଁ ଫାଇନାଲ ଫାଇଟରେ ମୁହାଁମୁହିଁ ହେବେ ଏହି ଦୁଇ ଦେଶ?

1,085

କନକ ବ୍ୟୁରୋ : କ୍ରିକେଟ ବିଶ୍ୱକପକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଚା’ ଖଟି ଠାରୁ ଆରମ୍ଭ କରି କର୍ପୋରେଟ ହାଉସର ଏସି ରୁମ୍ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି କ୍ରିକେଟ କ୍ରେଜ । କେଉଁ ଦଳ କେଉଁ ମ୍ୟାଚରେ ବିଜୟୀ ହେବ, କିଏ ସେମିଫାଇନାଲ ଖେଳିବ ଓ ଏପରିକି କେଉଁ ଟିମ ବିଶ୍ୱବିଜେତା ହେବ ତାହାର ଭବିଷ୍ୟବାଣୀ କରୁଛନ୍ତି ବିଶ୍ୱର ନାମୀଦାମୀ ଜଣାଶୁଣା ବ୍ୟକ୍ତିତ୍ୱ । ଆଉ ଏହି ଟ୍ରେଣ୍ଡରେ ନିଜକୁ ସାମିଲ କରିଛନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ ।

ବିଶ୍ୱକପକୁ ଗୁଗୁଲ ସିଇଓଙ୍କ ଭବିଷ୍ୟବାଣୀ । ଗୁଗୁଲ ସିଇଓ ସୁନ୍ଦର ପିଚାଇ ବିରାଟ ବାହିନୀ ପ୍ରଂଶସା କରିବା ସହ କହିଛନ୍ତି ଚଳିତଥର ବିଶ୍ୱକପ ଟାଇଟଲ ପାଇଁ ଫାଇନାଲ ଫାଇଟରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ଏପରିକି ସେ ଜଣେ ଭାରତୀୟ ହୋଇଥିବାରୁ ଚାହୁଁଛନ୍ତି ଯେ ପୁଣିଥରେ ଭାରତ ବିଶ୍ୱବିଜେତା ହେଉ । ଇଂଲଣ୍ଡରେ ହେଉଥିବା ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଟାଇଟଲ ରେସରେ ଫେଭରିଟ ରହିଛି । ସେହିଭଳି ହୋମ ଗ୍ରାଉଣ୍ଡରେ ଖେଳୁଥିବାରୁ ଇଂଲଣ୍ଡ ଟିମ୍ ମଧ୍ୟ ବେଶ ଶକ୍ତିଶାଳୀ ରହିଛି । ଆକ୍ରମଣାତ୍ମକ ବୋଲିଂ ଓ ଜବରଦସ୍ତ ବ୍ୟାଟିଂକ୍ରମ ପାଇଁ ଭାରତୀୟ ଦଳ ଟାଇଟଲ ଟକ୍କରରେ ଆଗରେ ରହିଛି । ସେହିଭଳି ଅଷ୍ଟ୍ରେଲିଆ ମଧ୍ୟ ଜବରଦସ୍ତ ଫର୍ମରେ ରହିଥିବା କହିଛନ୍ତି ସୁନ୍ଦର ପିଚାଇ ।

Comments are closed.