ହୋମିଓପ୍ୟାଥି ଔଷଧ ବ୍ୟବହାର କରୁଛନ୍ତି କି ? କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

71

ବିଭିନ୍ନ ପୁରାତନ ତଥା ନୂତନ ରୋଗକୁ ହୋମିଓପ୍ୟାଥି ଚିକିତ୍ସାଦ୍ଵାରା ସହଜ ଉପାୟରେ ଚିକିତ୍ସା ହୋଇପାରେ ବୋଲି ସମସ୍ତେ ବିଶ୍ୱାସ କରନ୍ତି । ଯେଉଁ ସବୁ କାରଣରୁ ହୋମିଓପ୍ୟାଥି ଚିକିତ୍ସା ଅଧିକ ଆଦୃତ ହୋଇପାରିଛି । ଏହା ବ୍ୟତୀତ ସ୍ୱଳ୍ପ ଖର୍ଚ୍ଚରେ ହୋମିଓପ୍ୟାଥି ଚିକିତ୍ସା ଦ୍ୱାରା ରୋଗୀ ଆରୋଗ୍ୟ ହୁଏ ଏବଂ ଔଷଧ ଜନିତ କୁପ୍ରଭାବର ଆଶଙ୍କା ନଥାଏ । ତେଣୁ ଅନେକ ଲୋକ ହୋମିଓପ୍ୟାଥି ଔଷଧରେ ଚିକିତ୍ସାଧୀନ ହୋଇଥାଆନ୍ତି । ତେବେ ହୋମିଓପ୍ୟାଥି ଔଷଧ ଖାଇବା ପୂର୍ବରୁ ଏବଂ ପରେ କିଛି ଜରୁରୀ ସାବଧାନତା ଅବଲମ୍ବନ କରିବା ଉଚିତ । ଯଦି ଏହାର ବ୍ୟବହାର ସଠିକ ଭାବେ ନକରାଯାଏ ତେବେ ଏହି ଔଷଧର କୌଣସି ପ୍ରଭାବ ଶରୀର ଉପରେ ପଡିନଥାଏ । ସରକାରୀ ହୋମିଓପ୍ୟାଥି ମେଡିକାଲ କଲେଜ ଏବଂ ହସ୍ପିଟାଲର ପ୍ରଫେସର ଡ଼. ଜୁହି ଗୁପ୍ତା ଏଠାରେ ଔଷଧ ସମ୍ବନ୍ଧିତ କିଛି ସାବଧାନତା ବିଷୟରେ ଟିପ୍ପଣୀ ଦେଇଛନ୍ତି ।

୧. ହୋମିଓପ୍ୟାଥି ଔଷଧକୁ କେବେ ବି ଖୋଲା ରଖନ୍ତୁ ନାହିଁ । ଏହାକୁ ଥଣ୍ଡାସ୍ଥାନରେ ରଖନ୍ତୁ ଏବଂ ଖାଇବା ପରେ ଠିପିକୁ ଭଲଭାବେ ବନ୍ଦ କରନ୍ତୁ ।

୨. ହୋମିଓପ୍ୟାଥି ଗୋଲି ଗୁଡିକୁ ଖାଇବା ପାଇଁ ହାତରେ ନିଅନ୍ତୁ ନାହିଁ । ଏପରି କରିବାଦ୍ୱାରା ଔଷଧରେ ଥିବା ସ୍ପିରିଟ ଶେଷ ହୋଇଯାଇଥାଏ, ଯାହାଦ୍ୱାରା ଔଷଧୀୟ ଗୁଣ ନଷ୍ଟ ହୋଇଯାଇଥାଏ ।

୩. ହୋମିଓପ୍ୟାଥି ଔଷଧ ଖାଇବାର ୧୦ମିନିଟ ପୂର୍ବରୁ ଏବଂ ପରେ କିଛି ସମୟ ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ ।

୪. ହୋମିଓପ୍ୟାଥି ଔଷଧ ଖାଇବା ପୂର୍ବରୁ ଏବଂ ପରେ କୌଣସି ପ୍ରକାର ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ । କାରଣ ନିଶା ଦ୍ରବ୍ୟରେ ଗରିଷ୍ଠ ଉପାଦାନ ଥାଏ ଯାହା ଔଷଧ ପ୍ରଭାବକୁ ରୋକିଥାଏ ।

୫. ହୋମିଓପ୍ୟାଥି ଔଷଧକୁ ଖରାରେ ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ଔଷଧର ପ୍ରଭାବ କମିଯାଇଥାଏ ।

୬. ହୋମିଓପ୍ୟାଥି ଔଷଧକୁ ଆୟୁର୍ବେଦ କିମ୍ବା ଏଲୋପାଥି ଔଷଧ ସହ ମିଶାଇ ରଖନ୍ତୁ ନାହିଁ । ଏପରି କଲେ ଔଷଧରେ ଥିବା ଶକ୍ତି କମିଯାଇଥାଏ ।

୭. ହୋମିଓପ୍ୟାଥି ଔଷଧ ଖାଇବା ପରେ କୌଣସି ପ୍ରକାର ଖଙ୍କାଯୁକ୍ତ ଜିନିଷ ଖାଆନ୍ତୁ ନାହିଁ । ଏହା କରିବାଦ୍ୱାରା ଔଷଧର ପ୍ରଭାବ କମିଯାଇଥାଏ ।

୮. ଯଦି ଆପଣଙ୍କୁ କୌଣସି ଅନ୍ୟ ବ୍ୟକ୍ତିକୁ ହୋଇଥିବା ସମାନ ରୋଗ ହୋଇଥାଏ ତେବେ ମଧ୍ୟ ଆପଣ ସେହି ବ୍ୟକ୍ତିଙ୍କ ଔଷଧ ଖାଆନ୍ତୁ ନାହିଁ । ନିର୍ଦ୍ଧାରିତ ରୋଗ ସହ ଅନ୍ୟ ଲକ୍ଷଣକୁ ନେଇ ଔଷଧର ପ୍ରକାର ରହିଥାଏ । ତେଣୁ ଅନ୍ୟ କାହାର ଔଷଧ ଖାଆନ୍ତୁ ନାହିଁ ।

୯. ହୋମିଓପ୍ୟାଥି ଔଷଧ ସେବନ କରିବା ସମୟରେ ଚାହା ଏବଂ କଫି ପିଅନ୍ତୁ ନାହିଁ । ଏହାଦ୍ୱାରା ଔଷଧର ପ୍ରଭାବ କମିଯାଇଥାଏ ।

୧୦. ହୋମିଓପ୍ୟାଥି ଔଷଧ ସେବନ କରିବା ସମୟରେ ଭଲଭାବେ ପାଟିକୁ ଧୁଅନ୍ତୁ ଏବଂ ଜିଭକୁ ସଫା ରଖନ୍ତୁ ।