ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ୍ ଆଇପିଏଲ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ

29

କନକ ବ୍ୟୁରୋ : ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ୍ ମହାକୁମ୍ଭ ଆଇପିଏଲ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଫେବୃୟାରୀ ୨୦ରେ ବାଂଗାଲୋରରେ ହେବାକୁ ଥିବା ଆଇପିଏଲ ନିଲାମୀ ପାଇଁ ଖେଳାଳି ମାନଙ୍କ ପ୍ରାରମ୍ଭିକ ମୂଲ୍ୟ ନିର୍ଣ୍ଣୟ କରାଯାଇଛି । ଭାରତୀୟ ବୋଲର ଇଶାନ୍ତ ଶର୍ମାଙ୍କ ସମେତ ୭ ଜଣ ଖେଳାଳୀଙ୍କ ବେସ ପ୍ରାଇସ ୨ କୋଟି ଟଙ୍କା ରଖାଯାଇଛି । ଇଶାନ୍ତଙ୍କ ଛଡା ଇଂଲଣ୍ଡର ବେନ ଷ୍ଟେକସ, କ୍ରିସ ୱକ୍ସ ଓ ଇୟନ ମୋର୍ଗାନଙ୍କୁ ମଧ୍ୟ ଏହି ମୂଲ୍ୟ ମଧ୍ୟରେ ରଖାଯାଇଛି ।

ଫେବୃୟାରୀ ୨୦ ରେ ହେବାକୁ ଥିବା ଏହି ନିଲାମୀରେ ମୋଟ ୭୯୯ ଜଣ ଖେଳାଳିଙ୍କ ତାଲିକା ସାମନାକୁ ଆସିଛି । ଏଥିରେ ୮ଟି ଦେଶର ୧୬୦ ଜଣ ପୁରୁଣା ଖେଳାଳି ସାମିଲ ହୋଇଛନ୍ତି । ସେହିପରି ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କାର ୩୬୯ ଜଣ ନୁଆ ଖେଳାଳି ସାମିଲ ହୋଇଛନ୍ତି । ଆଇପିଏଲ ସିଜିନ ୧୦, ଏପ୍ରିଲ ୫ରୁ ଆରମ୍ଭ ହେବ । ନିୟମ ମୁତାବକ ଏହି ସିଜିନରେ ଗୋଟିଏ ଟିମରେ ସର୍ବାଧିକ ୨୭ ଜଣ ଖେଳାଳି ସାମିଲ ହୋଇପାରନ୍ତି । ଯେଉଁମାନଙ୍କ ମଧ୍ୟରେ ସର୍ବାଧିକ ୯ ଜଣ ଖେଳାଳି ଖେଳିପାରିବେ ।