ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ! ଚଳଚଂଚଳ ରଥଖଳା

36

କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଖେଇବା ସହ ଚଳଚଂଚଳ ହୋଇଛି ରଥ ଖଳା । ନିର୍ମାଣ କାମରେ ଲାଗିଛନ୍ତି ବିଶ୍ୱକର୍ମା ସେବାୟତ, ଭୋଇ ସେବାୟତ, ରୁପକାର ସେବାୟତ ଓ କମାର ସେବାୟତ । ଆସନ୍ତାକାଲି ସାବିତ୍ରୀ ଅମାବାସ୍ୟାରେ ତିନି ରଥର ଚକ ନିର୍ମାଣ କାମ ଶେଷ ହେବାର ବିଧି ରହିଛି । ଏଥିପାଇଁ ରଥ ଚକ ନିର୍ମାଣ କାମ ଜୋରସୋରରେ ଚାଲିଛି ।

ପ୍ରବଳ ଖରାକୁ ଖାତିର ନକରି ସେବାୟତ ମାନେ ନିଷ୍ଠାର ସହ ଶ୍ରୀଜିଉଙ୍କ ରଥ ନିର୍ମାଣ କରୁଛନ୍ତି । ସେବାୟତ ମୁଖିଆଙ୍କ ହାତ ଚାଖଣ୍ଡ ମାପରେ ନିର୍ମାଣ କାମ ଚାଲିଛି । ନିହାଣ ବାରିସ ସାହାର୍ଯ୍ୟରେ ଶ୍ରୀଜିଉଙ୍କ ରଥ ନିର୍ମାଣ କରୁଛନ୍ତି ୭୭ ମହାରଣା ସେବାୟତ ଓ ୭୭ ଭୋଇ ସେବାୟତ ।