୨୪ ଘଂଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା ! କନ୍ଧମାଳ ଓ କଳାହାଣ୍ଡିରେ ବହିପାରେ ୬୦ରୁ ୭୦ କିଲୋମିଟର ବେଗରେ ପବନ

31

କନକ ବ୍ୟୁରୋ : ୪ ଦିନ ହେବ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆହୁରୀ ୨୪ ଘଂଟା ବର୍ଷିବ । ଆଗାମୀ ୨୪ ଘଂଟା ମଧ୍ୟରେ ଉତର ଓ ଦକ୍ଷିଣ ଓଡିଶାରେ କାଳବୈଶାଖୀର ସମ୍ଭାବନା ରହିଛି । ଏଭଳି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଖୋର୍ଦ୍ଧା, ପୁରୀ, ନୟାଗଡ, କନ୍ଧମାଳ ଓ କଳାହାଣ୍ଡିରେ ପ୍ରବଳ ବର୍ଷା ହୋଇପାରେ ।

ଏହି ସମୟରେ ପବନର ବେଗ ୬୦ରୁ ୭୦ କିଲୋମିଟର ରହିବ ବୋଲି ଆକଳନ କରିଛନ୍ତି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ଶରତ ସାହୁ । ତେବେ ୧୩ ତାରିଖରୁ ପାଗରେ ପରିବର୍ତନ ହୋଇ ଖରା ବଢିବ ବୋଲି କହିଛନ୍ତି ଶରତ ସାହୁ ।