ରେଭେନ୍ସାରେ ଦୁଇ ଛାତ୍ରଗୋଷ୍ଠୀ ହାତାହାତି

14

କଟକ ବ୍ୟୁରୋ, କନକ ନ୍ୟୁଜ୍ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମଧ୍ୟ ପ୍ରାକ ନିର୍ବାଚନୀ ହିଂସାରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରଚାରବେଳେ ଦୁଇ ଗୋଷ୍ଠୀଙ୍କ ଭିତରେ କଥା କଟାକଟି ହେବା ସହ ହାତାହାତି ହୋଇଥିବା ଜଣାପଡିଛି । ଜୟ ରେଭେନ୍ସା ନାମକ ଏକ ଛାତ୍ର ସଂଗଠନର ପ୍ରାର୍ଥୀଙ୍କ ସହ ଏବିଭିପି ସମର୍ଥିତ ପ୍ରାର୍ଥୀଙ୍କ ଗୋଷ୍ଠୀ ଗଣ୍ଡଗୋଳ କରିବାରୁ ଉତେଜନା ପ୍ରକାଶ ପାଇଥିବା କୁହାଯାଉଛି।

ସାଧାରଣ ସଂପାଦକ ପଦ ପାଇଁ ଲଢୁଥିବା ଜଣେ ଛାତ୍ର ସଂକଳ୍ପଙ୍କୁ ଏବିଭିପି ଛାତ୍ର ଗୋଷ୍ଠୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କିଛି ଛାତ୍ରଙ୍କ ସାର୍ଟ ଚିରିବା ସହ ଖଣ୍ଡିଆ ଖାବରା ହୋଇଥିବା ଦେଖିବାକୁ ମିଳିଛି। ଏହା ପ୍ରତିବାଦରେ ଜୟ ରେଭେନ୍ସା ଛାତ୍ର ଗୋଷ୍ଠୀ ଧାରଣାରେ ବସିଥିଲେ। ତେବେ ଘଟଣା ପରେ କ୍ୟାମ୍ପସରେ ଅଶାନ୍ତି ଲାଗିରହିଥିବାରୁ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।