ଗୁରୁକୁଳରେ ଗୁଣ୍ଡାରାଜ୍ ! ପ୍ରାର୍ଥୀପତ୍ର ନାକଚ ପରେ ବିଭିନ୍ନ କଲେଜରେ ଅଶାନ୍ତିର ନିଆଁ

35

vlcsnap-2016-10-01-18h38m27s409କନକ ବ୍ୟୁରୋ : ଶାନ୍ତ କ୍ୟାମ୍ପସରେ ଅଶାନ୍ତିର ନିଆଁ । ବ୍ୟାପକ ପୋଡାଜଳା ସାଙ୍ଗକୁ ଭଂଗାରୁଜା । ପ୍ରାର୍ଥୀପତ୍ର ନାକଚ ହୋଇଯିବାପରେ ତୁମୁଳକାଣ୍ଡ ଘଟାଇଛନ୍ତି ମହର୍ଷି କଲେଜ୍ ଛାତ୍ର । ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଥିଲା ଚୂଡାନ୍ତ ପ୍ରାର୍ଥୀ ତାଲିକା । ତେବେ କିଛି ଆଶାୟୀ ପ୍ରାର୍ଥୀଙ୍କ ନାଁ ବାଦ୍ ପଡିଥିବାରୁ କ୍ୟାମ୍ପସରେ ଉତେଜନା ଦେଖାଦେଇଥିଲା । ଆକସନ୍ ମୁଡକୁ ଆସିଯାଇଥିଲେ କିଛି ଆଶାୟୀ ଛାତ୍ର । ଉତ୍ୟକ୍ତ ଛାତ୍ର ରାସ୍ତାରେ ଟାୟାର ଜାଳି ଅବରୋଧ କରିବା ସହ ମୁଖ୍ୟ ଫାଟକରେ ଧାରଣା ଦେଇଥିଲେ । ଏତିକିରେ ଶାନ୍ତ ପଡିନଥିଲା ରାଗ । କଲେଜ୍ କର୍ମଚାରୀଙ୍କ ଉପରକୁ ପଥର ମାଡ କରିଥିଲେ । ଉତ୍ୟକ୍ତ ଛାତ୍ରଙ୍କ ପଥର ମାଡରେ ଲହୁ ଲୁହାଣ ହୋଇଛନ୍ତି କଲେଜ୍ କର୍ମଚାରୀ । କଲେଜରେ ନିର୍ବାଚନ ବନ୍ଦ ରଖିବା ସହ ସାଇନ୍-ଏ-ଡାଏ ଘୋଷଣା କରିଛନ୍ତି କର୍ତୃପକ୍ଷ।

vlcsnap-2016-10-01-18h40m29s813ସମାନ ସ୍ଥିତି ବାଣୀ ବିହାରର । ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ କ୍ୟାମ୍ପସରେ ଉତେଜନା ଦେଖାଦେଇଛି। ତାଲିକାରୁ ନାଁ ବାଦ୍ ପଡିବା ପରେ ଭିସିଙ୍କ ଅଫିସ ଘେରିଛନ୍ତି ଆଶାୟୀ ଛାତ୍ରଛାତ୍ରୀ । ଅପରାଧିକ ମାମଲା ଥାଇ ଛାତ୍ରଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବାରୁ ବିରୋଧ କରିଛନ୍ତି ପ୍ରତିପକ୍ଷ ଗୋଷ୍ଠୀ । ୟୁନିଭରସିଟି କର୍ତୃପକ୍ଷ ଲିଙ୍ଗଡୋ ଆଇନ୍ ଉଲ୍ଲଘଂନ କରୁଥିବା ଅଭିଯୋଗ ହୋଇଛି । ରମାଦେବୀରେ ବି ସ୍ଥିତି ଉତେଜନାପୂର୍ଣ୍ଣ ରହିଛି । ଚୂଡାନ୍ତ ତାଲିକାରେ କତୃପକ୍ଷ ପାତରଅନ୍ତର କରିଥିବା ଅଭିଯୋଗ ଆଣିଛନ୍ତି ଆଶାୟୀ ଛାତ୍ରୀ ।

ରାଜଧାନୀରୁ ମୟୂରଭଂଜ। ବାରିପଦା ଏମ୍ପିସି କଲେଜରେ ବି ଛାତ୍ର ସଂସଦ ନିର୍ବାଚନର ତାତି ଦେଖିବାକୁ ମିଳିଛି। ପ୍ରାର୍ଥୀପତ୍ର ନାକଚ ହେବା ପରେ କ୍ୟାମ୍ପସରେ ଦେଖାଦେଇଛି ଛାତ୍ର ଆଶାନ୍ତି । ୩୦ ରୁ ୪୦ ଛାତ୍ର କଲେଜ୍ ଅଧ୍ୟକ୍ଷଙ୍କ ରୁମରେ ପଶି ବ୍ୟାପକ ଭଂଗାରୁଜା କରିଛନ୍ତି। ଚେୟାର, ଟେବୁଲ, କମ୍ପ୍ୟୁଟର ଓ ସିସିଟିଭି କ୍ୟାମେରା ଭାଂଗି ଦେଇଛନ୍ତି ଉତ୍ୟକ୍ତ ଛାତ୍ର ଗୋଷ୍ଠୀ। ଛାତ୍ର ଅଶାନ୍ତି ଯୋଗୁଁ କଲେଜରେ ନିର୍ବାଚନ ବାତିଲ କରାଯାଇ ସାଇନ ଏ ଡାଏ ଘୋଷଣା କରାଯାଇଛି।