କେଦାରନାଥରେ ୧୭ ଘଂଟାର ସାଧନା ପରେ ଗୁମ୍ଫାରୁ ବାହାରିଲେ ପ୍ରଧାନମନ୍ତ୍ରୀ: ସକାଳେ କେଦାରନାଥଙ୍କ କଲେ ପୂଜାର୍ଚ୍ଚନା

କେଦାରନାଥ ପରେ ଆଜି ବଦ୍ରୀନାଥ ଯିବେ ମୋଦି

185

କନକ ବ୍ୟୁରୋ: ଭଗବାନ ଶିବଙ୍କ ଶରଣରେ ପ୍ରଧାନମନ୍ତ୍ରୀ ମୋଦି । ସାରା ରାତି କେଦାରନାଥରେ ଧ୍ୟାନ ମୁଦ୍ରାରେ ବସିବା ପରେ ଆଜି ଯୋଗରୁ ଉଠିଥିଲେ ପ୍ରଧାନମନ୍ତ୍ରୀ । କେଦାରନାଥର ସୁଉଚ୍ଚ ପର୍ବତମାଳାର ଶୁନଶାନ୍ ବନି ଗୁମ୍ଫାରେ ଧ୍ୟାନରେ ବସିଥିଲେ ପ୍ରଧାନମନ୍ତ୍ରୀ । ସମୁଦ୍ର ପତନରୁ ଏହି ଗୁମ୍ଫାର ଉଚ୍ଚତା ପ୍ରାୟ ୧୨ ହଜାର ୨୫୦ ଫୁଟ । ଆଜି ସକାଳେ ଧ୍ୟାନ ସରିବା ପରେ ସେ ସକାଳେ ପ୍ରଭୁ କେଦାରନାଥଙ୍କ ଦର୍ଶନ କରିଛନ୍ତି । ଦର୍ଶନ ସହିତ ମନ୍ଦିର ପରିକ୍ରମା ମଧ୍ୟ କରିଥିଲେ ମୋଦି । ଦର୍ଶନ ସମୟରେ ମୋଦି ପାରମ୍ପରିକ ପୋଷାକ ପରିଧାନ କରିଥିଲେ ।

ତେବେ କେଦାରନାଥ ଦର୍ଶନ ସାରିବା ପରେ ସେଠାରୁ ଯିବେ ବଦ୍ରିନାଥ । ବଦ୍ରିନାଥଙ୍କ ଦର୍ଶନ ପରେ ଦିଲ୍ଲୀ ଫେରିବେ ପ୍ରଧାନମନ୍ତ୍ରୀ । ଦେଶରେ ଆଜି ଶେଷ ପର୍ଯ୍ୟାୟ ଭୋଟ୍ ଚାଲିଥିବା ବେଳେ ଗତକାଲି ଠାରୁ ୨ ଦିନିଆ ଉତରାଖଣ୍ଡ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚା ଉଠିଛି । ବିରୋଧୀ ଆଲୋଚନା କରୁଛନ୍ତି ସାରା ଦେଶ ଭୋଟ୍ ମୁହାଁ ହୋଇଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ କିନ୍ତୁ ବସୁଛନ୍ତି ଯୋଗ ମୁଦ୍ରାରେ ।