ପ୍ରଭାତ ତ୍ରିପାଠୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି ! ସୁପ୍ରିମକୋର୍ଟରେ ଜାମିନକୁ ଚ୍ୟାଲେଂଜ କରିଥିଲା ସିବିଆଇ

37

କନକ ବ୍ୟୁରୋ : ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଆଜି ଆଶ୍ୱସ୍ତି ମିଳିଛି । ବିଧାୟକଙ୍କ ଜାମିନକୁ ଚ୍ୟାଲେଞ୍ଜ କରି ସିବିଆଇ ସୁପ୍ରିମକୋର୍ଟରେ କରିଥିବା ଆବେଦନ ଖାରଜ ହୋଇଯାଇଛି । ଏହାସହ ଓଡିଶା ହାଇକୋର୍ଟଙ୍କ ରାୟ ବଳବତର ରହିଛି । ଏଟି ଚିଟଫଣ୍ଡ ଲିଙ୍କରେ ବାଙ୍କୀ ବିଧାୟକ ହୋଇ ଜେଲରେ ରହିବା ପରେ ହାଇକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି । ଏହାକୁ ବିରୋଧ କରି ସିବିଆଇ ସୁପ୍ରିମକୋର୍ଟ ଯାଇଥିଲା ।