ନିରାଶ ହେଲେ ପ୍ରଭାତ ! ଘୁଞ୍ଚିଲା ଜାମିନ ଶୁଣାଣି, ସିବିଆଇକୁ ମେଡିକାଲ ରିପୋର୍ଟ ମାଗିଲେ ହାଇକୋର୍ଟ

29

କନକ ବ୍ୟୁରୋ : ସିସୋର ଚିଟଫଣ୍ଡ ଠକେଇ ମାମଲା ।ହାଇକୋର୍ଟରେ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଶୁଣାଣି ଘୁଞ୍ଚିଲା । ନଭେମ୍ବର ୨୩ରେ ମାମଲାର ପରବର୍ତୀ ଶୁଣାଣୀ ହେବ । ଏନେଇ ସିବିଆକୁ ରିପୋର୍ଟ ତଲବ କରିଛି ହାଇକୋର୍ଟ । ଷ୍ଟାଟସ ଓ ମେଡିକାଲ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ସିବିଆଇକୁ ରିପୋର୍ଟ ମାଗିଛନ୍ତି ।

ସିସୋର ଚିଟଫଣ୍ଡ ସଂସ୍ଥା ସହ ଅର୍ଥ ଓ ଜମି କାରବାର ନେଇ ଶ୍ରୀ ବିଶ୍ୱାଳଙ୍କୁ ସେପ୍ଟେମ୍ବର ୧୮ତାରିଖରେ ସିବିଆଇ ଗିରଫ କରିଥିଲା । ଏହାପରେ ତାଙ୍କୁ ୫ଦିନିଆ ରିମାଣ୍ଡରେ ନେଇଥିଲା । ମାତ୍ର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ରିମାଣ୍ଡ ଅବଧି ଶେଷ ହେବା ପୂର୍ବରୁ ସିବିଆଇ ତାଙ୍କୁ କୋର୍ଟରେ ହାଜର କରିଥିଲା । ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କ ଜାମିନ ସେପ୍ଟେମ୍ବର ୨୩ରେ ଖାରଜ କରିଥିଲେ। ଝାରପଡା ଜେଲରେ ଶ୍ରୀ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ହେବାରୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ତାଙ୍କୁ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ପରେ ଜିଲ୍ଳା ଦୌରା ଜଜଙ୍କ ନିକଟରେ ଜାମିନ ପାଇଁ ଆବେଦନ କରିଥିଲେ । କିନ୍ତୁ ଏଠି ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା । ଏହାପରେ ସେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ଏଥିରେ ସେ ଦର୍ଶାଇଥିଲେ ଯେ, ତାଙ୍କର ସିସୋର ସହ କୌଣସି ସର୍ମ୍ପକ ନାହିଁ । ଏହି ମାମଲାରେ ତାଙ୍କୁ ଫଶାଇ ଦିଆଯାଇଛି । ଅଭିଯୋଗର ତଦନ୍ତ ସମୟରେ ତାଙ୍କୁ ରିମାଣ୍ଡରେ ନେଇ ସିବିଆଇ ପଚରା ଉଚୁରା କରି ସାରିଛି । ସେ ଜଣେ ବିଧାୟକ ହୋଇଥିବା ବେଳେ ପଳାୟନ କରିବାର କୌଣସି ସମ୍ଭାବନା ନାହିଁ । ଏପରି ପରିସ୍ଥିତିରେ ତାଙ୍କୁ ଯେ କୌଣସି ସର୍ତ୍ତ ରଖି ଜାମିନ ପ୍ରଦାନ କରାଯାଉ ବୋଲି ଶ୍ରୀ ବିଶ୍ୱାଳଙ୍କ ପକ୍ଷରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଥିଲା ।

ଫସିଗଲେ ପ୍ରଭାତ, ସିବିଆଇ କଲା ଗିରଫ ! ଜାଣନ୍ତୁ ସିସୋର ସହ କଣ ଥିଲା ପୁରା ମାମଲା? କିଭଳି ଜମି ଡ଼ିଲ ପଡିଲା ମହଙ୍ଗା
pravat biswa lପତ୍ନୀଙ୍କ ନାମରେ ହୋଇଥିବା ଜମି କିଣାବିକାକୁ ନେଇ ଚିଟଫଣ୍ଡ୍ ଠକେଇ ମାମଲା ଭିତରକୁ ଟାଣି ହୋଇଆସିଛନ୍ତି କଟକ – ଚୌଦ୍ୱାର ବିଧାୟକ ପ୍ରଭାତ ନାୟକ । ପୂର୍ବରୁ ପ୍ରଭାତଙ୍କୁ ୫ ଥର ସିବିଆଇ ଜେରା କରିଥିଲା। ୨୦୧୪ ନଭେମ୍ବରରେ ପ୍ରଭାତ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀଙ୍କୁ ସିସୋର ଲିଙ୍କରେ ଜେରା କରିଥିଲା ସିବିଆଇ । ଯାଜପୁର ଜିଲ୍ଲା ବେଣାପୁର ଗାଁରେ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ଏକ ଜମି ଥିଲା । ସେହି ଜମି ସିସୋର ଗ୍ରୁପକୁ ବିକ୍ରି କରାଯାଇଥିଲା । ୨୦୧୧ରେ ବିଳାସିନୀ ସେହି ଜମି ବିକିଥିଲେ। ସିବିଆଇ ସନ୍ଦେହ କରିଥିଲା ପ୍ରକୃତରେ ସିସୋର ଗ୍ରୁପକୁ ଜମି ବିକ୍ରି କରାଯାଇ ନଥିଲା। ପ୍ରଭାତ ବିଶ୍ୱାଳ ସିସୋର ଗ୍ରୁପରୁ ଟଙ୍କା ନେଇଥିଲେ। ସେହି ଟଙ୍କାକୁ ଠିକ୍ ଦର୍ଶାଇବାକୁ ଜମି କାରବାରର କାଗଜପତ୍ର ପରେ ପ୍ରସ୍ତୁତ କରାଯାଇଥିବା ସିବିଆଇ ସନ୍ଦେହ କରିଥିଲା।

pravat biswalଗତ ନଭେମ୍ବର୨୬ ତାରିଖରେ ସିବିଆଇ ପକ୍ଷରୁ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କୁ ସମନ ଜାରି କରିଥିଲା। ନଭେମ୍ବର ୨୮ ତାରିଖରେ ଲକ୍ଷ୍ମୀ ବିଳାସିନୀ ତରଫରୁ ତାଙ୍କର ଜଣେ କର୍ମଚାରୀ ସିବିଆଇରେ ହାଜର ହୋଇଥିଲେ ଏବଂ ସମସ୍ତ କାଗଜପତ୍ର ସିବିଆଇ ନିକଟରେ ଦାଖଲ ହୋଇଥିବା ନେଇ ବିଧାୟକ କହିଥିଲେ ।ଏହା ପରେ ୨୦୧୭ ଜାନୁୟାରୀ ୧୨ରେ ପ୍ରଭାତଙ୍କ ମହାନଦୀବିହାର ବାସଭବନରେ ସିବିଆଇ ଚଢଉ କରିଥିଲା । ପ୍ରଭାତ ଓ ଲକ୍ଷ୍ମୀ ବିଳାସିନୀଙ୍କ ବ୍ୟାଙ୍କ କାରବାର ମଧ୍ୟ ଯାଞ୍ଚ କରିଥିଲା ସିବିଆଇ। ଚଳିତବର୍ଷ ଜାନୁଆରୀରେ ପ୍ରଭାତ ବିଶ୍ୱାଳଙ୍କ ସହିତ ସଂପର୍କ ଥିବା କେତେକ କଣ୍ଟ୍ରାକ୍ଟରଙ୍କୁ ସିବିଆଇ ଜେରା କରିଥିଲା। ତେବେ ସିବିଆଇର ସନ୍ଦେହ ହେଉଛି, ଏହି କଣ୍ଟ୍ରାକ୍ଟରଙ୍କ ଜରିଆରେ ସିସୋରଠାରୁ ଟଙ୍କା ନେଇଥିଲେ ଲକ୍ଷ୍ମୀ ବିଳାସିନୀ।

ଗତ ଜାନୁଆରୀ ୧୨ ତାରିଖରେ ସିବିଆଇ ସିସୋର-ପ୍ରଭାତ ବିଶ୍ୱାଳ ଲିଙ୍କରେ ରାଜ୍ୟର ୩୬ଟି ସ୍ଥାନରେ ଚଢ଼ାଉ କରିଥିଲା। ପ୍ରଭାତ ବିଶ୍ୱାଳଙ୍କ ଭୁବନେଶ୍ୱର ଓ କଟକ ବାସଭବନ ସମେତ ଅନେକ ସ୍ଥାନରେ ଚଢ଼ାଉ ହୋଇଥିଲା।ଏହି ଚଢାଉ ବେଳେ ସିବିଆଇ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିଲା।