ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ଜାମିନ । ୨ ମାସ ପାଇଁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ

45

କନକ ବ୍ୟୁରୋ : ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ଜାମିନ । କଟକ-ଚୌଦାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ୨ ମାସ ପାଇଁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ୨ ମାସ ପରେ ପୁଣିଥରେ କୋର୍ଟରେ ହାଜର ହେବେ ପ୍ରଭାତ ବିଶ୍ୱାଳ ।୨ ଜଣ ଜାମିନଦାରଙ୍କ ବଦଳରେ ଜାମିନରେ ଯିବେ ବିଧାୟକ ପ୍ରଭାତ ।

ପୂର୍ବରୁ ସି-ସୋର ଚିଟଫଣ୍ଡ ଲିଙ୍କ ମାମଲାରେ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଥିଲା । ସେପ୍ଟେମ୍ବର ୧୯ରେ ପ୍ରଭାତଙ୍କୁ ଗିରଫ କରାଯାଇଥିଲା । ତେବେ ସ୍ୱାସ୍ଥ୍ୟଗତ କାରଣରୁ କଟକ ଏସସିବିରେ ଚିକିତ୍ସିତ ହେଉଥିଲେ ପ୍ରଭାତ । ଆଉ ନିଜର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କିଛିଦିନ ପୂର୍ବେ ଜାମିନ ପାଇଁ ଆବେଦନ କରିଥିଲେ । ତେବେ ଜାମିନରେ ଥିବା ସମୟରେ ତଦନ୍ତରେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ପ୍ରଭାତ । ତେବେ ଜାମିନ ମିଳିବା ପରେ ପ୍ରଭାତ ହସ୍ପିଟାଲ ରହିବେ ନା ଘରକୁ ଫେରିବେ ତାହା ଦେଖିବା ବାକି ରହିଲା ।