ଦିଲ୍ଲୀରେ ପ୍ରଥମ ପ୍ରବାସୀ ସାଂସଦ ସମ୍ମିଳନୀ । ୨୩ଟି ଦେଶର ୧୪୦ ଭାରତୀୟ ମୂଳ ସାଂସଦଙ୍କୁ ମୋଦିଙ୍କର ଉଦବୋଧନ

25

କନକ ବ୍ୟୁରୋ: ପ୍ରବାସୀ ଭାରତୀୟ କେନ୍ଦ୍ରରେ ପିଆଇଓ ସଂସଦୀୟ ସମ୍ମିଳନୀର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମ୍ମିଳନୀରେ ୨୩ଟି ଦେଶର ୧୨୪ ସାଂସଦ ଓ ୧୭ଜଣ ମେୟର ସାମିଲ ହୋଇଛନ୍ତି । ଏହି ଅବସରରେ ପ୍ରବାସୀ ଭାରତୀୟ ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି । ମୋଦି କହିଛନ୍ତି ଦେଶ ବଦଳୁଛି, ଦେଶର ଆର୍ଥିକ ବ୍ୟବସ୍ଥା ମଧ୍ୟ ବଦଳୁଛି । କିନ୍ତୁ ଭାରତୀୟଙ୍କ ବିଚାରଧାରା ଓ ଭାରତୀୟ ଏକ ହୋଇରହିବେ ।

ମୋଦି ଏହା ମଧ୍ୟ କହିଛନ୍ତି ବିଗତ ତିନି ବର୍ଷ ମଧ୍ୟରେ ଭାରତକୁ ଏକ ନୂଆ ପରିଚୟ ମିଳିଛି । ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତ ସୁବବେଳେ ଫୋକସରେ ରହୁଛି । ଏଥିସହ ମୋଦି ରାଜନୀତିର ଉଦାହରଣ ଦେଇ ମିନି ୱାର୍ଲ୍ଡ ପାର୍ଲାମେଂଟର କଥା ଉଠାଇଛନ୍ତି । ଭାରତୀୟ ସଂପ୍ରଦୟର ଲୋକ ଆଜି ମରିସସ, ପର୍ତୁଗାଲ, ଓ ଆୟାରଲାଣ୍ଡରେ ପ୍ରଧାନମନ୍ତ୍ରୀ ପଦରେ ଅଛନ୍ତି । ଖାଲି ଏତିକି ନୁହେଁ ଅନ୍ୟ ବଡ ବଡ ଦେଶମାନଙ୍କରେ ଭାରତୀୟ ସଂପ୍ରଦାୟର ଲୋକେ ବହୁ ବଡ ବଡ ଉଚ୍ଚ ପଦପଦବୀରେ ଅଛନ୍ତି । ଯାହାକୁ ନେଇ ଆମେ ଭାରତୀୟ ଗର୍ବ ଅନୁଭବ କରିବା ଉଚିତ ବୋଲି ମୋଦି କହିଛନ୍ତି ।

ପ୍ରବାସୀ ଭାରତୀୟଙ୍କୁ ପ୍ରଶଂସା କରି ମୋଦି କହିଛନ୍ତି, ଯେଉଁ ଭାରତୀୟ ଦେଶ ବିଦେଶରେ ସ୍ଥାୟୀ ଭାବେ ରହୁଛନ୍ତି ସେମାନେ ନିଜ ନିଜ ଭିତରେ ଭାରତୀୟତାକୁ ଉଜ୍ଜିବୀତ ରଖୁଛନ୍ତି । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ମୋଦି ମଧ୍ୟ ନିଜକୁ ଗର୍ବିତ ମନେକରୁଥିବା କହିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଛନ୍ତି ୨୦୦୩ ମସିହାରୁ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଆସୁଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ କାର୍ଯ୍ୟକାଳରୁ ଏହି ଦିବସ ପାଳିତ ହୋଇଆସୁଛି । ଏହି ଦିନ ଅର୍ଥାତ ଜାନୁୟାରୀ ୯ରେ ଜାତିର ପିତା ମାହତ୍ମା ଗାନ୍ଧୀ ଆଫ୍ରିକାରୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେଥିପାଇଁ ଏହି ଦିନଟିକୁ ପ୍ରବାସୀ ଭାରତୀୟ ଦିବସ ଭାବେ ପାଳନ କରାଯାଇଥାଏ ।