ପ୍ରତ୍ୟୁଷାଙ୍କ ମିଶ୍ରଣ ନେଇ ବିଜେଡିର କଟାକ୍ଷ । କହିଲା, ଯିଏ ପାର୍ଟି ଅଫିସରେ ସ୍ଥିତି ସମ୍ଭାଳି ପାରୁନି, ସେ ନିର୍ବାଚନ ପାଇଁ ପ୍ରସ୍ତୁତ ତ?

455

କନକ ବ୍ୟୁରୋ: କନ୍ଧମାଳର ପୂର୍ବତନ ସାଂସଦ ତଥା ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ବିଜେପିରେ ସାମିଲ ହେବା ନେଇ ପ୍ରତିକ୍ରିୟା ରହିଛି ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ପ୍ରତ୍ୟୁଷା ରାଜେଶ୍ୱରୀ ବିଜେପିରେ ସାମିଲ ହେଲେ ଏବଂ ସେ କ୍ଷୋବ୍ ପ୍ରକାଶ କଲେ ଯେ ଏ ମିଶ୍ରଣ ପର୍ବ ପାର୍ଟି ଅଫିସରେ ହୋଇଥାନ୍ତା କିନ୍ତୁ ପାର୍ଟି ଅଫିସର ହୋଇପାରିଲା ନାହିଁ । କେବି ସିଂହ ଦେଓଙ୍କ ଘରେ କରିବାକୁ ପଡିଲା । କାହିଁକି ନା ପାର୍ଟି ଅଫିସରେ ତାଲା ପଡିଛି ।  ଆଜି ପ୍ରତ୍ୟୁଷାଙ୍କୁ ଅନୁଭବ ହେଉଥିବ କି ବିଜୁ ପରିବାର ଛାଡି ବିଜେପିରେ ମିଶିଲେ ଏଭଳି ଅନେକ ପରିସ୍ଥିତି ଆସିବ ବୋଲି କହିଛନ୍ତି ସସ୍ମିତ ପାତ୍ର ।

ସେ କହିଛନ୍ତି କି, ଯେଉଁମାନେ ପ୍ରତ୍ୟୁଷାଙ୍କୁ ବୁଝାଇଥିବେ କି ବିଜେଡିରେ ଅନେକ ପ୍ରକାରର ଅସୁବିଧା ରହିଛି, ଆଜି ବୋଧେ ସେ ତାଙ୍କୁ ପ୍ରଶ୍ନ କରିବେ କି, କିପ୍ରକାର ଭାବରେ ସେ ଗେରୁଆ ଗଡରେ ସାମିଲ ହେବାକୁ ଚାହୁଁଥିଲେ କିନ୍ତୁ ବିଜେପିରେ ଏତେ ଛକାପଂଜା ରହିଛି କି ତାଙ୍କ ମିଶ୍ରଣ ପର୍ବ ପାର୍ଟି ଅଫିସରେ ହୋଇପାରିଲାନି ବରଂ ଅନ୍ୟ ଜାଗାରେ କରିବାକୁ ପଡିଲା । ଯଦି ଆଜିଠୁ ବିଜେପିରେ ଏଭଳି ସ୍ଥିତି ଦେଖାଦେଲାଣି ତେବେ ୨୦୧୯ ନିର୍ବାଚନ ଲଢିବା ପାଇଁ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତ ଅଛି ତ ବୋଲି କଡା ଭାଷାରେ ବିଜେପିକୁ କଟାକ୍ଷ କରିଛି ବିଜେଡି ।

ଯଦି ଗୋଟିଏ ମିଶ୍ରଣ ପର୍ବ ବିଜେପିର ପାର୍ଟି ଅଫିସରେ ହୋଇପାରୁନାହିଁ ଏବଂ ଅନ୍ୟ ଦଳ ଛାଡି ବିଜେପିକୁ ଆଦରୀ ନେଇଥିବା ଲୋକମାନଙ୍କ ମନରେ କଷ୍ଟ ହେଉଛି, ଉଦବେଗ ପ୍ରକାଶ କରୁଛନ୍ତି । ତେବେ ସେହି ଭାରତୀୟ ଜନତା ପାର୍ଟି ୨୦୧୯ ନିର୍ବାଚନର ବୈତରଣୀ କେମିତି ପାର ହେବ, ଏହା ଓଡିଶାବାସୀଙ୍କର ମନରେ ନିଶ୍ଚୟ ଗୋଟିଏ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉ କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।