କାଦୁଅ ରାସ୍ତାରେ ରାଣୀ ସାହେବା ! ୬ଦିନ ପରେ ଶୁଭିଲା କନ୍ଧମାଳର କାନ୍ଦ

26

କନ୍ଧମାଳ : ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଲେ ନିରୀହ ଗ୍ରାମବାସୀ । ଅଭାବନୀୟ ଘଟଣାକୁ ଦୁର୍ଘଟଣାର ରୂପ ଦେବାକୁ ରାଜ୍ୟ ସରକାର ପ୍ରାଣପଣେ ଉଦ୍ୟମ କଲେ । ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଅନୁକମ୍ପା ରାଶି। ମୃତକଙ୍କ ପରିବାର ପାଇଁ ଚାକିରି ଘୋଷଣା କଲେ । କନ୍ଧମାଳର କରୁଣ କାନ୍ଦ ଦିଲ୍ଲୀରେ ବି ଶୁଭିଲା । ହେଲେ କୁଆଡେ ଯାଇଥିଲେ ନିରୀହ ଆଦିବାସୀଙ୍କ ଜନପ୍ରତିନିଧି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ । କାରଣ ୬ ଦିନ ପରେ କନ୍ଧମାଳ ସାଂସଦ ଓ ବାଲିଗୁଡା ବିଧାୟକଙ୍କ ପାଦ ପଡିଲା ଗୁମୁଡୁମାହାରେ । ଯାହାକୁ ନେଇ ସମାଲୋଚନା ଆରମ୍ଭ ହୋଇଛି।
ସ୍ୱାମୀଙ୍କ ମୃତ୍ୟୁ ପରେ ଯେଉଁ ଲୋକଙ୍କ ଅନୁକମ୍ପା ଭୋଟ ପାଇ ସେ ସାଂସଦ ବନିଥିଲେ ସେ ଲୋକଙ୍କୁ ଅନୁକମ୍ପା ଦେଖାଇବା କଣ ତାଙ୍କ କର୍ତବ୍ୟ ନୁହେଁ କି। ଦଳର ସୁପ୍ରିମୋ ମୃତକଙ୍କ ପରିବାର ପାଇଁ ଯଥାସମ୍ଭବ ବ୍ୟବସ୍ଥା କରିଛନ୍ତି । ଅନ୍ୟ ଇଲାକାର ଆଦିବାସୀ ମନ୍ତ୍ରୀ ଗାଁ ଲୋକଙ୍କୁ ଭେଟିଛନ୍ତି । ହେଲେ କୁଆଡେ ଯାଇଥିଲେ ରାଣୀ ମା । କୁହାଯାଉଛି ଆଦିବାସୀଙ୍କ କ୍ରୋଧକୁ ସାମ୍ନା କରିବାର ସତସାହାସ ନଥିଲା ବିଜେଡିର ଏହି ସାଂସଦଙ୍କର । ଏପରିକି ଦଳୀୟ କାର୍ଯ୍ୟକାରୀଣିରେ ଯୋଗ ଦେବାକୁ ଭୁବନେଶ୍ୱର ଆସିଥିବା ବାଲିଗୁଡା ବିଧାୟକ ବି ଗୁମୁଡୁମାହା ଯାଇ ନଥିଲେ କି ଆହତଙ୍କୁ ମେଡିକାଲରେ ଭେଟି ନଥିଲେ ।