ଖୋଲିଲା ବାଳିକା ବଧୂଙ୍କ ଆତ୍ମହତ୍ୟାର ରହସ୍ୟ ! ପ୍ରତ୍ୟୁଷାଙ୍କୁ ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରୁଥିଲେ ରାହୁଲ୍

51

ଲୋକପ୍ରିୟ ଟେଲି ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କ ଆତ୍ମହତ୍ୟାରେ ଆସିଛି ଚାଂଚଲ୍ୟକର ମୋଡ । ଆତ୍ମହତ୍ୟା ପୂର୍ବରୁ ପ୍ରତ୍ୟୁଷା ଓ ତାଙ୍କ ବୟ ଫ୍ରେଣ୍ଡ୍ ରାହୁଲଙ୍କ ମଧ୍ୟରେ ଫୋନରେ ହୋଇଥିବା କଥାବାର୍ତ୍ତା ଏବେ ସାମ୍ନାକୁ ଆସିଛି । ଯେଉଁଥିରୁ ସ୍ପଷ୍ଟ ଜଣାପଡିଛି ଯେ ପ୍ରତ୍ୟୁଷାଙ୍କୁ ବେଶ୍ୟାବୃତ୍ତି କରିବା ପାଇଁ ବାଧ୍ୟ କରୁଥିଲେ ରାହୁଲ୍ ।

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ , ଘଟଣା ଦିନ ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରାୟ ୩ ମିନିଟ୍ କାଳ କଥା ହୋଇଥିଲା । ଯେଉଁଥିରେ ପ୍ରତ୍ୟୁଷା ବାରମ୍ବାର କହୁଥିଲେ କି ‘ମୁଁ ଏଠି କାମ କରିବାକୁ ଆସିଛି ନିଜକୁ ବିକିବାକୁ ନୁହେଁ’ । ତେବେ ଉଭୟଙ୍କ ମଧ୍ୟର ଏହି ଝଗଡା ଏତେ ଉଗ୍ର ରୂପ ନେଇଥିଲା ଯେ ଶେଷରେ ପ୍ରତ୍ୟୁଷା ଆତ୍ମହତ୍ୟା ପାଇଁ ଧମକ ମଧ୍ୟ ଦେଇଥିଲେ । କହିଥିଲେ ‘ରାହୁଲ୍‌ ସବୁ ସରିଗଲା , ମୁଁ  ନିଜକୁ ଶେଷ କରିଦେଉଛି’ ।

ଏବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରତ୍ୟୁଷାଙ୍କ ଓକିଲ ଓ ପରିବାର ଲୋକ ଏହାର ସତ୍ୟତା ଯାଂଚ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଚଳିତ ବର୍ଷ ଅପ୍ରେଲ୍ ୧ ତାରିଖରେ ଆତ୍ମହତ୍ୟା କରିଥିଲେ । ‘ବାଳିକା ବଧୂ’ରୁ ଟେଲି ସିରିୟଲରୁ ଆନନ୍ଦୀ ନାମରେ ଘରେ ଘରେ ପରିଚିତ ଥିଲେ ପ୍ରତ୍ୟୁଷା । ତେବେ ତାଙ୍କ ମୃତ୍ୟୁ ଟେଲି ଦୂନିଆରେ ଏକ ଅପୂରଣୀୟ ସ୍ଥାନ ଛାଡି ଯାଇଛି ।