କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରତାପ ଷଡଙ୍ଗୀ : କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ଉପସ୍ଥିତିରେ ଏମଏସଏମଇ ବିଭାଗ ନେଲେ ଦାୟିତ୍ୱ

326

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଏମଏସଏମଇ କାଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରତାପ । ତାଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ ନୀତିନ ଗଡକରୀ ବି ଏମଏସଏମଇ ବିଭାଗର ଦାୟିତ୍ୱ ଗ୍ରହଣ କରିଛନ୍ତିି ।

ମେ’ ୨୩ ତାରିଖରେ ଲୋକସଭା ନିର୍ବାଚନ ଜିତିବା ପରେ ହଠାତ୍ ସେ ସୋସିଆଲ ମିଡିଆରେ ହିରୋ ପାଲଟିଯାଇଥିଲେ । ବାଲେଶ୍ୱର ଲୋକସଭା ଆସନରୁ ବିଜେପି ଟିକଟରେ ଜିତି ସଂସଦକୁ ଯାଇଛନ୍ତି ପ୍ରତାପ । ସରଳ ଜୀବନଯାପନ ପାଇଁ ସେ ଚର୍ଚ୍ଚାରେ ଅଛନ୍ତି । ସେଥିପାଇଁ ତାଙ୍କୁ ଓଡ଼ିଶାର ମୋଦି ବୋଲି କୁହାଯାଏ । ଏହା ସହ କେନ୍ଦ୍ର ସରକାରରେ ସାମିଲ ହୋଇଛନ୍ତି ପ୍ରତାପ । ତାଙ୍କୁ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ବିଭାଗ ସହ ପଶୁପାଳନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିଲା । ପ୍ରତାପଙ୍କ ଶପଥ ଗ୍ରହଣ ସମୟରେ କରତାଳିରେ ଫାଟି ପଡିଥିଲା ରାଷ୍ଟ୍ରପତି ଭବନ । ଏଥର ବାଲେଶ୍ୱର ଲୋକସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଜିତିଛନ୍ତି ପ୍ରତାପ । ବିଜେଡି ପ୍ରାର୍ଥୀ ରବିନ୍ଦ୍ର କୁମାର ଜେନାଙ୍କୁ ୧୨,୯୫୬ ମାର୍ଜିନରେ ହରାଇ ବାଜିମାରିଛନ୍ତି । ୨୦୧୯ ନିର୍ବାଚନରେ ପ୍ରତାପ ଓ ରବିନ୍ଦ୍ରଙ୍କ ମଧ୍ୟରେ ବଡ ଲଢ଼େଇ ଦେଖିବାକୁ ମିଳିଥିଲା ।