ରାଷ୍ଟ୍ରପତିଙ୍କ ଧନ୍ୟବାଦ ପ୍ରସଙ୍ଗରେ ପ୍ରତାପ ଷଡଙ୍ଗୀଙ୍କ ଭାଷଣ : ଲୋକସଭାରେ ମୋଦି ଲେହେରର ପ୍ରଭାବ ବଖାଣିଲେ କେନ୍ଦ୍ରମନ୍ତ୍ରୀ, ଗୃହରେ ବିରୋଧୀଙ୍କ ହଙ୍ଗାମା
କନକ ବ୍ୟୁରୋ : ସଂସଦରେ ରଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ହୋଇଥିବା ଧନ୍ୟବାଦ ପ୍ରସ୍ତାବ ବିତର୍କକୁ ଆରମ୍ଭ କରିବା ପାଇଁ ଏନଡିଏ ସରକାର ମତ୍ସ୍ୟ ଓ ପଶୁସମ୍ପଦ ରଷ୍ଟ୍ରନନ୍ତ୍ରୀ ପ୍ରତାପ ଷଡଙ୍ଗୀକୁ ସୁଯୋଗ ଦେଇଛି । ଭାଷଣ ଆରମ୍ଭ କରି ପ୍ରତାପ ସିଧା ଟାର୍ଗଟ କରିଥିଲେ କଂଗ୍ରେସ ଉପରେ । କଂଗ୍ରେସ ସରକାର କେମିତି ଦୁର୍ନୀତିଗ୍ରସ୍ତ ହୋଇପଡିଥିଲା ଏବଂ ମୋଦି ସରକାର କେମିତି ଲୋକଙ୍କ ବିଶ୍ୱାସ ଜିତିପାରିଥିଲା ସେ ସମ୍ପର୍କରେ କହିଥିଲେ ପ୍ରତାପ ଷଡଙ୍ଗୀ । ପ୍ରତାପଙ୍କ ଅଭିଭାଷଣ ବେଳେ ସଂସଦରେ ହଙ୍ଗାମା ବି ଦେଖିବାକୁ ମିଳିଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଓଡ଼ିଆ, ହିନ୍ଦୀ,ସଂସ୍କୃତ,ବଙ୍ଗଳା ଓ ଇଂରାଜୀରେ ଭାଷଣ ଦେଲେ ରାଷ୍ଟ୍ରମନ୍ତ୍ରୀ । ଦେଶରେ ମୋଦି ଲେହେର କଥା ବର୍ଣ୍ଣନା କରିଛନ୍ତି ପ୍ରତାପ । ବିକାଶ ପାଇଁ ଦେଶବାସୀ ବିଜେପିକୁ ବାଛିଛନ୍ତି । ଚା’ ବିକ୍ରି କରୁଥିବା ନେତା ପୁଣି ଥରେ ପ୍ରଧାନମନ୍ତ୍ରୀ । ଆଜି ସାରା ଦେଶରେ ମୋଦି ଲେହେର . . . . । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଆଡ଼େ ମୋଦି ମୋଦି ନାରା । ଅନ୍ତର୍ଜାତୀୟ ସ୍ତରରେ ଭାରତର ମାନ ବୃଦ୍ଧି ହେଉଛି । ଭାରତର ଆଧ୍ୟାତ୍ମିକ ନେତୃତ୍ୱକୁ ସମ୍ପୂର୍ଣ୍ଣ ବିଶ୍ୱ ସ୍ୱୀକାର କରିଛି ।