ପ୍ରତାପ ଜେନାଙ୍କୁ ଦାମଙ୍କ କଟାକ୍ଷ ! କହିଲେ , ହସ୍ପିଟାଲ ପାଖରେ ଘର ତେଣୁ ଘେରାଏ ବୁଲି ଆସିଲେ

32

କନକ ବ୍ୟୁରୋ : ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ଆକ୍ସନରେ ଥିବା ମନ୍ତ୍ରୀ ସୂର୍ଯ୍ୟ ପାତ୍ର ଓ ପ୍ରତାପ ଜେନାଙ୍କୁ ଆଜି କଟାକ୍ଷ କରିଛନ୍ତି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ । ପ୍ରତାପ ଜେନାଙ୍କ କ୍ୟାପିଟାଲ ହସପିଟାଲ ପରିଦର୍ଶନକୁ ନେଇ ଦାମ କହିଛନ୍ତି ଯେ, ପ୍ରତାପଙ୍କ ଘର କ୍ୟାପିଟାଲ ହସ୍ପିଟାଲ ପାଖରେ ଲାଗିଛି । ସେ ସବୁଦିନ ରୋଗୀଙ୍କୁ ଦେଖୁଥିବେ । ତେଣୁ ଉପରଠଉରିଆ ଭାବେ କିଛି କହିବା ଠିକ୍ ନୁହେଁ ।

ସୂଯ୍ୟ ପାତ୍ରଙ୍କ ନିର୍ଦ୍ଦେଶରେ ପେଟ୍ରୋଲ ପମ୍ପରେ ଚଢାଉ ହୋଇଥିବା ଖବର ଉପରେ କଟାକ୍ଷ କରି ଦାମ କହଛନ୍ତି, ତାଙ୍କର ବିଭାଗ କଣ ମୁଁ ଜାଣିନି । ସମବାୟ ସମି୍ତିରେ ଦୁର୍ନୀତି ପ୍ରସଙ୍ଗରେ ଦାମ ରାଉତ କହିଛନ୍ତି, ସମବାୟ ସମିତି ଦୁର୍ନୀତି ହେଉଛି । ସୂର୍ଯ୍ୟ ବାବୁ ଯଦି ବନ୍ଦ କରିପାରିବେ ଭଲ କଥା । ସୂର୍ଯ୍ୟ ପାତ୍ର ହିଁ ସମବାୟ ବିଭାଗର ଦୁର୍ନୀତି କଥା ଉଠାଇଥିଲେ ।