ଆଇନଜୀବୀ ବିବାଦ : ମୁହଁ ଖୋଲିଲେ ଆଇନମନ୍ତ୍ରୀ ପ୍ରତାପ ଜେନା । ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆନ୍ଦୋଳନରୁ ଓହରିବାକୁ କଲେ ଅପିଲ

ଓକିଲ ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ 

210

କନକ ବ୍ୟୁରୋ : ଓକିଲ ଆନ୍ଦୋଳନ ନେଇ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ‘ମୁଁ ହାଇକୋର୍ଟ ବାର୍ ଆସୋସିଏସନ ସହ ଆଲୋଚନା କରିଛି । ରାଜ୍ୟ ସରକାର କିଛି କରୁନଥିବା କହିବା ଠିକ୍ ନୁହେଁ । ଆଇନଜୀବୀଙ୍କ ଗଣ୍ଡଗୋଳ ଘଟଣାରେ ୨ ଗିରଫ ଓ ୪ ଜଣଙ୍କୁ ସସପେଣ୍ଡ କରାଯାଇଛି । ପୂରା ଘଟଣାର ଆଇଜି ସ୍ତରରେ ତଦନ୍ତ ଚାଲିଛି ।

ହାଇକୋର୍ଟ ପରିସରରେ ମୁତୟନ ହେବେ ୨୦ରୁ ୨୫ ପ୍ଲାଟୁନ ପୋଲିସ ଫୋର୍ସ । ପରିସ୍ଥିତି ସ୍ୱାଭାବିକ ନହେବା ଯାଏଁ ହାଇକୋର୍ଟ ପରିସରରେ ରହିବେ ପୋଲିସ ଫୋର୍ସ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି । ତାଙ୍କ କହିବାନୁଯାୟୀ, ହାଇକୋର୍ଟ ରେଜିଷ୍ଟ୍ରାର ପୋଲିସ ଫୋର୍ସ ମୁତୟନ ପାଇଁ ଚିଠି ଲେଖିଥିଲେ । ତେଣୁ ସେହି ଦୃଷ୍ଟିରୁ ପୋଲିସ ଫୋର୍ସ ପଠାଯାଇଥିଲା । ସେହିଭଳି ଜଣେ କନେଷ୍ଟବଳଙ୍କୁ ଅଟକ ରଖାଯାଇ ମାଡ ମରାଯାଇଥିବାରୁ ତାଙ୍କୁ ଉଦ୍ଧାର କରିବା ପାଇଁ କୋର୍ଟ ପରିସରକୁ ପୋଲିସ ଯାଇଥିଲା । ସେହିଭଳି ଆଉ ଏକ ସମୟରେ ଜଣେ ସାଧାରଣ ଲୋକ କୋର୍ଟ ପରିସରରେ ଅଟକ ଥିବାକୁ ତାଙ୍କୁ ଉଦ୍ଧାର ପାଇଁ ମଧ୍ୟ ପୋଲିସ ପଂହଚିଥିଲା । ଯେଉଁଠି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଠାରେ ପୋଲିସ ପ୍ରବେଶ କରିପାରିବ ବୋଲି ସତ୍ୟଜିତ ମହାନ୍ତି ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଆନ୍ଦୋଳନକୁ ନେଇ ହଇକୋର୍ଟର ଦୁଇ ଆଇନଜୀବୀ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର । ସେ କହିଛନ୍ତି, ସିସିଟିଭି ଫୁଟେଜ ଯାଂଚ ଚାଲିଛି । କାଲିର ଘଟଣାର ଲାଲବାଗ ଥାନାରେ ୨ଟି ମାମଲା ରୁଜୁ ହୋଇଛି । ଆଇନଜୀବୀଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି । ଗତକାଲି ଦୁଇଗୋଷ୍ଠୀ ମୁହାଁମୁହିଁ ହେବା ପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ।