ମାହାଙ୍ଗାରୁ ବିଧାୟକ ପ୍ରାର୍ଥୀ ଭାବେ ଲଢିବାକୁ ଇଚ୍ଛା ପ୍ରକାଶ କଲେ ପ୍ରତାପ ଜେନା ! କହିଲେ, ଦଳ ଯାହା ଦାୟିତ୍ୱ ଦେବ, ତୁଲାଇବି

318

କନକ ବ୍ୟୁରୋ : ୨୦୧୯ ନିର୍ବାଚନରେ ମାହାଙ୍ଗାରୁ ଲଢିବାକୁ ଚାହୁଁଥିବା କହିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା । ପୂର୍ବରୁ ମଧ୍ୟ କହିସାରିଛି ମାହାଙ୍ଗା ଛାଡି କୁଆଡେ ଯିବାର ନାହିଁ । ମାହାଙ୍ଗାରୁ ନିର୍ବାଚନ ଲଢିବାକୁ ଚାହେଁ । ମାହାଙ୍ଗା ଛାଡ଼ି ଆଉ କୁଆଡ଼େ ଯିବାକୁ ଚାହୁଁନି । କିନ୍ତୁ ଦଳ କଣ ଚାହିଁବ କି ମୁଖ୍ୟମନ୍ତ୍ରୀ କଣ ଚାହିଁବ ସେ କଥା ଭିନ୍ନ ବୋଲି ପ୍ରତାପ ଜେନା କହିଛନ୍ତି ।

ସେପଟେ ବୈଜୟନ୍ତ ପଣ୍ଡା ଗଲା ପରେ ବିଜେଡି ଉପରେ କିଛି ପ୍ରଭାବ ପଡିବନାହିଁ ବୋଲି କହିଛନ୍ତି ପ୍ରତାପ ଜେନା । କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଏଭଳି ଏକ ନିର୍ବାଚନ ମଣ୍ଡଳୀ ଯେଉଁଠି ଲୋକେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତି । କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ହେଉଛି ବିଜୁ ବାବୁଙ୍କ କର୍ମକ୍ଷେତ୍ର । ନବୀନ ବାବୁଙ୍କ ସରକାର ସମୟର କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଅନେକ ଉନ୍ନୟନ୍ନ ମୂଳକ କାର୍ଯ୍ୟ ସମ୍ଭବ ହୋଇପାରିଛି । ବୈଜୟନ୍ତ ବାବୁ କହିଥିଲେ ଗତ ୨୨ ବର୍ଷ ଧରି ବିଜେପିକୁ ଯିବାକୁ ଉଦ୍ୟମ କରୁଥିଲି । ଏବେ ଲୋକଙ୍କ ମନରେ ପ୍ରଶ୍ନ, ବିଜେଡିରେ ଥାଇ ମଧ୍ୟ ବିଜେପିକୁ ଯିବାକୁ ସେ କାହିଁକି ଚାହୁଁଥିଲେ ।