ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲା ବିଜେଡି: ପ୍ରତାପ ଦେବ କହିଲେ, ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି ଦଳ ସେପଟେ ପିସିସି ସଭାପତି କହିଲେ, ଆମେ ବି ପ୍ରସ୍ତୁତ

31

କନକ ବ୍ୟୁରୋ: ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଉତ୍ତରପ୍ରଦେଶରୁ ରାଜ୍ୟକୁ ୧ ଲକ୍ଷରୁ ଅଧିକ ଇଭିଏମ୍ ଆଣିବାକୁ ପ୍ରସ୍ତୁତି କରାଯାଇଛି । ଏହା ପରେ ଆଜି ପ୍ରତିକ୍ରିୟା ରଖିଛି ବିଜେଡି । ଦଳ କହିଛି, ବିଜେଡି ନିର୍ବାଚନ ପାଇଁ ପସ୍ତୁତ । ବର୍ତ୍ତମାନ ନିର୍ବାଚନ କୌଣସି ଆଗୁଆ ସଙ୍କେତ ନାହିଁ । ତେବେ ନିର୍ବାଚନ କମିଶନ ଏଥିପାଇଁ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳୁଛି । ଏଭଳି ପରିସ୍ଥିତିରେ ବିଜେଡି ମଧ୍ୟ ଅନୁରୂପ ପ୍ରସ୍ତୁତ ହେଉଛି ।

ଗତକାଲି ଇଭିଏମ୍ ଆଣିବାରେ ସହଯୋଗ ପାଇଁ ୨ ଜଣ ଓଏଏସଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସେମାନେ ହେଲେ ମନୋଜ ସ୍ୱାଇଁ ଏବଂ କୈଳାସ ଚନ୍ଦ୍ର ଦାସ । ରାଜ୍ୟ ସରକାରଙ୍କ ଏଭଳି ପ୍ରସ୍ତୁତିରୁ ଅନୁମାନ କରାଯାଉଛି ଯେ, ନିର୍ଦ୍ଧାରିତ ସମୟ ପୂର୍ବରୁ ରାଜ୍ୟରେ ନିର୍ବାଚନ ହୋଇପାରେ ।

ଏହାପୂର୍ବରୁ ଭୋଟର ତାଲିକା ସଂଶୋଧନ ଓ ବୁଥ ପୁନର୍ଗଠନକୁ ନେଇ ବିଭିନ୍ନ ଜିଲ୍ଲାର ଅଧିକାରୀ ତଥା ଉପଜିଲ୍ଲାପାଳଙ୍କୁ ନେଇ ବୈଠକ ବସିସାରିଛି । ୧୨ ହଜାର ୨ଶହ ଭିଭିପାଟ ମେସିନ ଓଡିଶା ଆସିସାରିଛି । ଏଥିସହ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରସ୍ତୁତି ଆରମ୍ଭ କରିବା ଏବଂ ପ୍ରତି ଜିଲ୍ଲାକୁ ପ୍ରସ୍ତୁତ ରହିବାକୁ ଚିଠି ଲେଖିବା ଘଟଣାରୁ ଆଗୁଆ ନିର୍ବାଚନର ଆଭାସ ମିଳିସାରିଛି ।