ନାମାଙ୍କନ ଭରିଲେ ପ୍ରତାପ ଜେନା । ସେପଟେ , ଆଳିରେ ନିର୍ବାଚନ ରାଲି ମାଧ୍ୟମରେ ଭୋଟରଙ୍କୁ ଭୋଟ ମାଗୁଛନ୍ତି ପ୍ରତାପ ଦେବ

କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳି ହେଉଛି ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳି

193

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳି ହେଉଛି ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳି । ଏହି ନିର୍ବାଚନ ମଣ୍ଡଳିରେ ବିଜେଡି ପକ୍ଷରୁ ପୁଣି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ରାଜ୍ୟସଭା ସାଂମସଦ ପ୍ରତାପ ଦେବ । ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ଟୁଙ୍ଗା ପଞ୍ଚାୟତରେ ବିଜେଡି ପ୍ରର୍ଥୀ ପ୍ରତାପ ଦେବଙ୍କ ଦ୍ୱାରା ଏକ ବିଶାଳ ପଦଯାତ୍ରା କରାଯାଇଛି । ଏହି ପଦଯାତ୍ରାରେ ଶତାଧୀକ ମହିଳା ଯୋଗ ଦେଇ ପଞ୍ଚାୟତ ବୁଲିଥିଲେ । ତେବେ ନବୀନ ପଟ୍ଟନାୟକଙ୍କ ସରକାରର ବିକାଶ କଥା ଲୋକମାନଙ୍କ ପାଖରେ ପହଞ୍ଚାଉଛନ୍ତି । ପ୍ରତାପଙ୍କ ଶୋଭାଯାତ୍ରାରେ ଅନେକ ସମର୍ଥକ ସାମିଲ ହୋଇଥିଲେ ।

ସେପଟେ ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରତାପ କହିଛନ୍ତି, ଆମର ଗୋଟିଏ ଲକ୍ଷ୍ୟ ଯେପରି ଲୋକମାନଙ୍କର ଉନ୍ନତି ହେଉ । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିକାଶ ହେଉ । ବିକାଶ ହିଁ ଆମର ମୁଦ୍ଦା । ଅନେକ କାମ ବିଜେଡି ସରାକର ସମୟରେ ହୋଇଛି ହେଲେ ଅନେକ କାମ ଏବେ ବି ବାକି ରହିଛି । ଆମକୁ ବିଜୟ ହବାରେ କୌଣସି ଅସୁବିଧା ନାହିଁ । ମାହାଙ୍ଗବାସୀଙ୍କ ଆଶୀର୍ବାଦ ମୋ ଉପରେ ଅଛି ନିଶ୍ଚିତ ବିଜୟ ହେବୁ ବୋଲି କହିଛନ୍ତି ପ୍ରତାପ ଜେନା ।