ବିଜେପି ଉପରେ ବର୍ଷିବା ସହ ବୈଜୟନ୍ତ ପଣ୍ଡାଙ୍କୁ ନେଇ ପ୍ରତାପ ଦେବଙ୍କ ପ୍ରତିକ୍ରିୟା ! କହିଲେ, ଠିକଣା ସମୟରେ ଠିକଣା ଜବାବ ଦେବେ ଜନତା

302

କନକ ବ୍ୟୁରୋ : କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିର ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ପ୍ରତାପ ଦେବ । ସେ କହିଛନ୍ତି, ଏହାର କଣ ପ୍ରଭାବ ପଡିବ ତାହା ରାଜ୍ୟବାସୀ ସ୍ଥିର କରିବେ ।  ବିଜେପିରେ ତାଙ୍କ ଭୂମିକା କଣ ହେବ ତାହା  ଧର୍ମେନ୍ଦ୍ର ଓ ସେ ଜାଣିଥିବେ  । ସେମାନଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ପ୍ରଥମେ ସେ କଥା ଲୋକଙ୍କୁ ଜଣାନ୍ତୁ । ଦେଢମାସ ପରେ କ୍ଷୀରପାଣି ଅଲଗା ହୋଇଯିବ । ବିଜେପି ଉପରେ ବି ବର୍ଷିଛନ୍ତି ପ୍ରତାପ ଦେବ ।

ରାଜ୍ୟରେ ଅବକି ବାର ମୋଦି ସରକାର ବୋଲି ନାରା ଲଗାଯାଉଛି । ହେଲେ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ପ୍ରଥମେ ସାମ୍ନାକୁ ଆଣନ୍ତୁ । ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ନତ୍ତତ୍ତି ନେଇପାରୁନି । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, କେତେ ଯୁବକଙ୍କୁ ଚାକିରି ଦେଇଛନ୍ତି, କେତେ ସମସ୍ୟାର ସମାଧାନ କରିଛନ୍ତି । ଜନସାଧାରଣଙ୍କ ପାଇଁ କିଛି କରିନାହାନ୍ତି ମୋଦି ସରକାର । ଓଡ଼ିଶାବାସୀ ଅଧିକ ସଚେତନ । ସେମାନେ କାହାକୁ ଭୋଟ୍ ଦେବେ ସେକଥା ଭଲଭାବରେ ଜାଣନ୍ତି । ଜନତା ଠିକଣା ସମୟରେ ଠିକଣା ଜବାବ ଦେବେ ।

ଆଉ ମାତ୍ର ଦେଢ଼ ମାସ । ସବୁକିଛି ସ୍ପଷ୍ଟ ହୋଇଯିବ । ସଡ଼କ ନିର୍ମାଣରେ ଓଡ଼ିଶା ଏକ ନମ୍ବର । ଓଡ଼ିଶାକୁ କୃଷିକର୍ମଣ ପୁରସ୍କାର ୪ ଥର ମିଳିଛି । ଦକ୍ଷତା ବିକାଶରେ ଓଡ଼ିଶା ଏକ ନମ୍ବର ସ୍ଥାନ ଅଧିକାର କରିଛି । ଭାରତୀୟ ଜନତା ପାର୍ଟିର ଅବସ୍ଥା ଏବେ ଔଷଧ ରାଗରେ ତାଟିଆ କାମୁଡ଼ିବା କରି ହୋଇଛି ।