ବିଜେଡି ରାଜନୀତିରେ ଗୀତାଙ୍କ ଭୂମିକାକୁ ନେଇ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଲା ସାଂସଦଙ୍କ ପ୍ରତିକ୍ରିୟା ! ପ୍ରସନ୍ନ ପାଟଶାଣୀ କହିଲେ, ଗୀତା ଆସିଲେ ଭଲ

25

କନକ ବ୍ୟୁରୋ : ବିଜେଡି ରାଜନୀତିରେ ଗୀତାଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସାଂସଦଙ୍କୁ ପ୍ରତିକ୍ରିୟା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଓଡିଶାରେ ବିଜେଡି ରାଜନୀତିକୁ ଗୀତା ଆସିଲେ ଭଲ ବୋଲି କହିଛନ୍ତି ସାଂସଦ ପ୍ରସନ୍ନ ପାଟଶାଣୀ ।

ସେ କହିଛନ୍ତି ସେ ବିଜୁ ବାବୁଙ୍କ ସୁକନ୍ୟା । ନିଜର ରଚନା ପାଇଁ ସେ, ସାରା ବିଶ୍ୱରେ ପରିଚିତ । ଗୀତା ରାଜନୀତିକୁ ଆସିଲେ ଗର୍ବ ଅନୁଭବ କରିବେ ବୋଲି କହିଛନ୍ତି ପ୍ରସନ୍ନ ପାଟଶାଣୀ । ଗୀତା ଜଣେ ସୁଲେଖିକା ଓ ବିଦୁଷୀ ।