ସ୍ତ୍ରୀ ପାଇଁ ସ୍ୱାମୀ ହୁଏ ଲାଂଚୁଆ ! ବିଜେଡି ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ବୟାନକୁ ନେଇ ଚର୍ଚ୍ଚା

38

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭିଜିଲାନ୍ସ ଦୁର୍ନୀତି ନିର୍ବାରଣ ସପ୍ତାହରେ ବିଜେଡି ସାଂସଦଙ୍କ ବିବାଦୀୟ ବୟାନ । କହିଲେ, ସ୍ତ୍ରୀ ପାଇଁ ସ୍ୱାମୀ ହୁଏ ଲାଂଚୁଆ । ଏଭଳି କହିଛନ୍ତି ବିଜେଡି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ସ୍ତ୍ରୀର ଇଚ୍ଛା ପୂରଣ କରିବାକୁ ଯାଇ ସ୍ୱାମୀକୁ ଲାଂଚୁଆ ହେବାକୁ ପଡିଥାଏ । ଫଳରେ ଭିଜିଲାନ୍ସ ଜାଲରେ ପଡିଥାଏ । ନାରୀ ଟିଏ ଚାହିଁଲେ ସଂସାର ଗଢିପାରେ ଓ ଭାଙ୍ଗିପାରେ ବୋଲି କହିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । ଗୋଟିଏ ପରିବାର ଉତଥାନ ପତନ ନାରୀ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି ।

ଦେଖନ୍ତୁ କଣ କହିଛନ୍ତି ପାଟ୍ଟଶାଣୀ

କେଉଁ ଆଧାରରେ ବିଜେଡି ସାଂସଦ ପାଟ୍ଟଶାଣୀ ଏକଥା କହିଲେ ତାହା ସ୍ପଷ୍ଟ ହୋଇନାହିଁ । ବିବାଦୀୟ ବୟାନ ଦେବା ପରେ ଶୁଣନ୍ତୁ କଣ କହିଛନ୍ତି ସାଂସଦ ।