ଛତିଶଗଡ଼ ମନ୍ତ୍ରୀଙ୍କ ବୟାନରେ ପ୍ରତିକ୍ରିୟା ରଖିଲା ବିଜେଡି : ପ୍ରସନ୍ନ କହିଲେ, ଅଜ୍ଞତା ଓ ଔଦ୍ଧତ୍ୟର ପରିଚୟ ଦେଇଛନ୍ତି ମନ୍ତ୍ରୀ

23

କନକ ବ୍ୟୁରୋ : ଛତିଶଗଡ ଶିଳ୍ପମନ୍ତ୍ରୀ ଅମର ଅଗ୍ରୱାଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ଅଜ୍ଞତା ଓ ଔଦ୍ଧତ୍ୟର ପରିଚୟ ଦେଇଛନ୍ତି ମନ୍ତ୍ରୀ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ମହାନଦୀ କାହାର ପୈତୃକ ସମ୍ପତ୍ତି ନୁହେଁ । ମହାନଦୀ ଉପରେ ଛତିଶଗଡ଼ର ଯେତିକି ଅଧିକାର ରହିଛି ତତୋଧିକ ଓଡ଼ିଶାର ଅଧିକାର ରହିଛି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ଏପରିକି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କହୁଛନ୍ତି । ଆଗାମୀ ୧୦ବର୍ଷ ପାଇଁ ଶିଳ୍ପକୁ ପାଣି ଦେଲେ ଓଡ଼ିଶାର ସ୍ଥିତି ସାଂଘାତିକ ହେବ ବୋଲି ପ୍ରସନ୍ନ କହିଛନ୍ତି । କେନ୍ଦ୍ରରେ ବିଜେପି ଶାସନ ଥିବାରୁ ଛତିଶଗଡ଼ ଔଦ୍ଧତ୍ୟ ଦେଖାଉଛି ବୋଲି ନିନ୍ଦା କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ  ।