ବିଜେପିକୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅହ୍ୱାନ : ଯଦି ଓଡିଶା ପ୍ରତି ଦରଦ ଅଛି ତେବେ ତୁରନ୍ତ ପ୍ରକଳ୍ପ ବନ୍ଦ କର

48

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ଜବାବ ଦେଇଛି । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଧର୍ମେନ୍ଦ୍ରଙ୍କୁ ଜବାବ ଦେଇ କହିଛନ୍ତି, ଓଡିଶା ଜନ୍ମିତ ନେତା ଛତିଶଗଡ ସ୍ୱାର୍ଥ ପାଇଁ ଓଳିଲାତି କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଦେଖି ଅନ୍ୟ ରାଜନୈତିକ ଦଳ ବିଚଳିତ ହୋଇପଡିଛନ୍ତି । ବିଜେପିର କଳାକାରନାମା ଆଉ କାହାକୁ ଅଛପା ନାହିଁ । ଯଦି ଦରଦ ଅଛି ତୁରନ୍ତ ପ୍ରକଳ୍ପ ନିର୍ମାଣ ବନ୍ଦ କରିବାକୁ ଛତିଶଗଡକୁ କେନ୍ଦ୍ର ସରକାର ନିର୍ଦେଶ ଦିଅନ୍ତୁ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ଏହା ସହ ମହାନଦୀ ପାଣି ପାଇଁ ସାଲିସ୍ କରାଯିବନି : ଧର୍ମେନ୍ଦ୍ର ପ୍ରଧାନ