ପଦ ଛାଡିଲେ ପ୍ରସାଦ ! ବିଜେପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପଦରୁ ପ୍ରସାଦ ଇସ୍ତଫା ଦେଇଥିବା ଚର୍ଚ୍ଚା

29

କନକ ବ୍ୟୁରୋ : ବିଜେପୁର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କଂଗ୍ରେସ ଦଳରେ ବଡ ଧରଣର ହଲଚଲ । ସୁତ୍ର ଅନୁଯାୟୀ, ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନ ଇସ୍ତଫା ଦେଇଥିବା ଜଣାପଡିଛି । ବିଜେପୁରରେ ଦଳର ଶୋଚନୀୟ ପରାସ୍ତ ପରେ ପ୍ରସାଦ ନୈତିକତା ଦୃ୍ଷ୍ଟିରୁ ଏଭଳି ନିଷ୍ପତି ନେଇଥିବା ସୂଚନା ମିଳିଛି । ସହଯୋଗୀ ଓ ପରିବାରବର୍ଗଙ୍କ ସହ ଆଲୋଚନା ପରେ ପ୍ରସାଦ ଏଭଳି ନିଷ୍ପତି ନେଇଥିବା ଜଣାପଡିଛି । ସେ ତାଙ୍କ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷଙ୍କୁ ପଠାଇଥିବା ଏକ ସୁତ୍ରରୁ ଜଣାପଡିଛି ।

ବିଜେପୁର କଂଗ୍ରେସର ଗଡ ଥିବା ବେଳେ ଏହି ଉପନିର୍ବାଚନରେ କଂଗ୍ରେସ ଅମାନତ ହରାଇଥିଲା । ନିଜ ଗଡ ରକ୍ଷା କରିବାକୁ ସକ୍ଷମ ହୋଇପାରି ନଥିଲା କଂଗ୍ରେସ । ତେଣୁ ଏହି ପରାଜୟର ଭାର ନିଜ ମୁଣ୍ଡକୁ ନେବା ସହ ନୈତିକତା ଦୃ୍ଷ୍ଟିରୁ ପିସିସି ସଭାପତି ପଦରୁ ପ୍ରସାଦ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ଗତ ୨୦୧୪ରେ ପିସିସି ସଭାପତି ଦାୟିତ୍ୱ ଗ୍ରହଣ କରିବା ପରେ ଦଳ ଭିତରେ ବିରୋଧର ସ୍ୱର ଉଠିଥିଲା । ଏପରିକି ପ୍ରସାଦ ପିସିସି ସଭାପତି ଭାବେ ଦାୟିତ୍ୱ ନେବା ପରେ କଂଗ୍ରେସର ଆହୁରି ଶୋଚନୀୟ ଅବସ୍ଥା ଦେଖାଦେଇଥିଲା । ଏପରିକି ଗତ ପଞ୍ଚାୟତ ନିର୍ବାଚନରେ ଦ୍ୱିତୀୟ ସ୍ଥାନରୁ ତୃତୀୟ ସ୍ଥାନକୁ ଖସି ଆସିଥିଲା କଂଗ୍ରେସ । ଏହାପରେ ପ୍ରସାଦ ହଟାଓ ଅଭିଯାନ ଜୋର ଧରିଥିଲା ।