ଶାସକ ବିଜେଡିକୁ ବିରୋଧୀ କଂଗ୍ରେସର ଟାର୍ଗେଟ୍

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଶାସକ ବିଜେଡିକୁ ବିରୋଧୀ କଂଗ୍ରେସର ଟାର୍ଗେଟ୍ । ଆସନ୍ତା ମାସ ୧୦ ତାରିଖରେ ରାଜ୍ୟବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ । ବିଧାନସଭାରେ ଅଚଳାବସ୍ଥା ଏବଂ ବିଜେଡି ସରକାରର ଦୁଇ ବର୍ଷର ଭ୍ରଷ୍ଟାଚାର ବିରୋଧରେ ରାଜ୍ୟବ୍ୟାପୀ ବିକ୍ଷୋଭ କରିବ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଘୋଷଣା କରିଛନ୍ତି । ସେହିପରି ମେ ୨୧ ତାରିଖ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରୁ କଂଗ୍ରେସ ପକ୍ଷରୁ ରାଜ୍ୟରେ “ସବୁଜ ଓଡ଼ିଶା’’ ଅଭିଯାନ ମଧ୍ୟ ଆରମ୍ଭ କରିବ କଂଗ୍ରେସ । ପ୍ରତି କଂଗ୍ରେସ କର୍ମୀ ଗୋଟିଏ ଲେଖାଏଁ ଗଛ ଲଗାଇବେ । ଚଳିତ ମୌସୁମୀ ଋତୁରେ ୫ ଲକ୍ଷ ଗଛ ଲଗାଯିବ ବୋଲି ପ୍ରସାଦ ଘୋଷଣା କରିଥିଲେ । ସେହିଭଳି ଜଗମୋହନ ମରାମତି ପାଇଁ ମାତ୍ର ଅଢ଼େଇ କୋଟି ଟଙ୍କା ଆବଶ୍ୟକ ହେଉଥିବା ବେଳେ କେନ୍ଦ୍ର ରାଜ୍ୟ ଲଢ଼େଇକୁ ନାପସନ୍ଦ କରିଥିଲେ । ଜଗମୋହନ ମରାମତି ପାଇଁ ତୁରନ୍ତ ସର୍ବଦଳୀୟ ବୈଠକ ଡକାଇ ନାଟମଣ୍ଡପ, ଭୋଗମଣ୍ଡପ ସହ ସମଗ୍ର ମନ୍ଦିରର ମରାମତି କରାଯାଉ ବୋଲି ପ୍ରସାଦ ଦାବି କରିଥିଲେ ।