ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଭେଟିବେ ପିସିସି ସଭାପତି ଓ ବିରୋଧୀ ଦଳ ନେତା

22

କନକ ବ୍ୟୁରୋ : ଦିଲ୍ଲୀରେ ଆଜି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିବେ ପିସିସି ସଭାପତି ଓ ବିରୋଧୀ ଦଳ ନେତା । ଏଆଇସିସି ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଏହି ଦୁଇ ଶୀର୍ଷ ନେତାଙ୍କୁ ଦିଲ୍ଲୀ ଡକାଇଥିବା ଚର୍ଚ୍ଚା ହେଉଛି । ଏଥିଲାଗି ପ୍ରସାଦ ହରିଚନ୍ଦନ ଓ ନରସିଂହ ମିଶ୍ର ଦିଲ୍ଲୀରେ ଡେରା ପକାଇଥିବା ଚର୍ଚ୍ଚା ହେଉଛି । ଆଜି ଦିନ ପ୍ରାୟ ୧୨ଟାବେଳେ ଦୁଇ ନେତାଙ୍କ ସହ ରାହୁଲ ମିଳିତ ବୈଠକ କରିବେ ବୋଲି ଜଣାପଡିଛି । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶଙ୍କ ସମେତ ଯେଉଁ କେନ୍ଦ୍ରୀୟ ନେତାମାନେ କନ୍ଧମାଳ ଗୁମୁଡୁମାହା ଆସି ଗୁଳିକାଣ୍ଡ ଘଟଣାର ଅମୁଧ୍ୟାନ କରିଥିଲେ ସେମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ । ଅନୁସୂଚିତ ଜନଜାତିଙ୍କ ସମସ୍ୟା ଓ ଜଙ୍ଗଲ ଅଧିକାର ନେଇ ଆଲୋଚନା ହେବ । ତେବେ ଏହି ବୈଠକରେ ଦଳର ଅନ୍ତଃକନ୍ଦଳ ନେଇ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।