ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତୀରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ! ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରିବେ ଶୁଭାରମ୍ଭ

37

କନକ ବ୍ୟୁରୋ : ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତୀ ଅବସରରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନଭବନରେ ଆୟୋଜନ ହେଉଛି ବର୍ଷବ୍ୟାପି କାର୍ଯ୍ୟକ୍ରମ । ୧୮୧୭ର ଓଡ଼ିଆ ବୀରତ୍ୱର ଇତିହାସକୁ ଉଜ୍ଜିବିତ କରୁଥିବା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପଧାନ । ଆସନ୍ତା ଜୁଲାଇ ୨୦ତାରିଖରେ ଅନୁଷ୍ଠିତ ହେବ ଏହି ଏହି କାର୍ଯ୍ୟକ୍ରମ ହେବ ।

ଉଲ୍ଲେଖଯୋଗ୍ୟ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଚଳିତ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ସମୟରେ ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତୀକୁ ମହାସମାରୋହରେ ପାଳନ ପାଇଁ କେନ୍ଦ୍ରୀୟ ବଜେଟରେ ଅର୍ଥ ବ୍ୟୟବରାଦ ନେଇ ଘୋଷଣା କରିଥିଲେ ।